Home Breaking News ଯାଦବ ସମାଜର ନନ୍ଦୋତ୍ସବ ପାଳିତ

ଯାଦବ ସମାଜର ନନ୍ଦୋତ୍ସବ ପାଳିତ

by Times One Odia
Share with
     
 
 
   

କାଶୀନଗର(ପ୍ରଶାନ୍ତ ସାହୁ): ଗତକାଲି ଗଜପତି ଜିଲ୍ଲା ର ୧୬ ଖଣ୍ଡ ଗୋପାଳ ସମାଜ ତରଫରୁ ଗୁମ୍ମା ବ୍ଲକ ର ପରିଡ଼ା ଠାରେ ଅନୁଷ୍ଟିତ ହୋଇଯାଇଛି।
ଖଦାଳ ଗୌଡ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ସଭାରେ ରାଜ୍ୟ ଯାଦବ ମହାସଭା ର ସାଧାରଣ ସମ୍ପାଦକ ତଥା ଜିଲ୍ଲା ଆବାହକ ଶ୍ରୀ ହୃଷୀକେଶ ଗୌଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଶ୍ରୀ ଗୌଡ ଯାଦବ ସମାଜ ତରଫରୁ ପ୍ରତ୍ୟେକ ଗ୍ରାମ ରେ ଭାଗବତ ଟୁଙ୍ଗୀ, ଓ ଶ୍ରୀକୃଷ୍ଣ ସିକ୍ଷାକେନ୍ଦ୍ର ଖୋଲିବା କୁ ଏକ ପ୍ରସ୍ତାବ ଦେଇଥିଲେ।ଶ୍ରୀ ରାଜେନ୍ଦ୍ର ଗୌଡ ସଭାକାର୍ଯ୍ୟ ପରିଚାଳନା କରିଥିଲେ।କୈଳାସ ଗୌଡ,କୃଷ୍ଣ ଦୋରା, ମଧ୍ୟ ଭାସନ୍ ଦେଇଥିଲେ।ଭୋର୍ ରେ ଶ୍ରୀକୃଷ୍ଣ ଙ୍କ ପୂଜା ଅର୍ଚ୍ଚନା କରିଥିଲେ ଓ ନଗର ପରିକ୍ରମା କରାଯାଇଥିଲା।ଶ୍ରେଷ୍ଠ ଦୁଗ୍ଧ ଚଡି ଓମଲୁ ଗୌଡ, ଯୁକ୍ତ ଦୁଇ ରେ ପ୍ରଥମ ହୋଇଥିବାଯୋଷବନ୍ତ୍ ଗୌଡ ,ଗାୟତ୍ରୀ ଗୌଡ ଓ ସଙ୍ଗୀତ ତଥା କଳାକାର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା।

related posts

Leave a Comment