Home Breaking News / ତାଜା ଖବର ଭିତର ଝୋଲା କ୍ରସର ସ୍ଥାପନକୁ ବେଲକଣା ବାସୀଙ୍କ ବିରୋଧ

ଭିତର ଝୋଲା କ୍ରସର ସ୍ଥାପନକୁ ବେଲକଣା ବାସୀଙ୍କ ବିରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ)- ପଥର କ୍ରସର କୁ ନେଇ କେତେଖଣ୍ଡ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଆଜି ଶୁଭାରମ୍ଭ ହୋଇଯାଇଛି। ଦୀର୍ଘ ଚାରି ବର୍ଷ ହେବ ବିରୋଧ କରି ଆସୁଛନ୍ତି ଏହି ଗ୍ରାମବାସୀ। ଜୀବନ ପଛେ ଯାଉ କୌଣସି ପରିସ୍ଥିତିରେ କ୍ରସର ଚାଲିବାକୁ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହିଭଳି ଅବରୋଧ କରିଛନ୍ତି ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘସପୁର ବ୍ଲକ ଅନ୍ତର୍ଗତ ସିକାର୍ପଇ ଗ୍ରାମ ପଂଚାୟତର ଭିତରଝୋଲା ଗ୍ରାମରେ। ଦିଲୀ ରାଓ ଗୋପାଳ ଚେଟି ନାମକ ବ୍ୟକ୍ତି କ୍ରସର କରିବା ଉଦ୍ୟେସରେ ରାୟଗଡ଼ାରୁ ଆସି ଭିତରଝୋଲା ଗ୍ରାମ ନିକଟରେ ରହିଥିବା ଢ଼ିପ ଜମି କିଣିଥିଲେ। ସେହି ଜମିରେ କ୍ରସର ସ୍ଥାପନକରିବା ପାଇଁ ପରିବେଶ ମଞ୍ଜୁରୀ ଠାରୁ ଆରମ୍ଭ ସମସ୍ତ କାଗଜ ପତ୍ର ଦାଖଲ କରୁଥିଲେ ବୋଲି ରାଓ କହିଛନ୍ତି। ଏଥି ପାଇଁ ନିକଟସ୍ତ କେତେକ ଗ୍ରାମ ଭିତରଝୋଲା, ଶାନ୍ତି ନଗର, କୃଷ୍ଣନଗର, ସଜା ଭଳି ଅନେକ ଗ୍ରାମର ଲୋକେ ଇଚ୍ଛା କରୁଥୁବା ବେଳେ ଭିତର ଝୋଲା ଗ୍ରାମର ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରୁଛନ୍ତି।ଏନେଇ ଭିତରଝୋଲା ର ରାମରାଓ ହୁଈକା, ରୁପା କୁଲୁସିକା, ଲକୀ ମେଲେକା, ଲଖାନା ମିନିୟକା, ହୁଡ଼ା ହୁଈକା କହିଛନ୍ତି କି ଆମ ଗାଁ କୁ ରାସ୍ତା ନାହିଁ ପାଣି ପିଇବା ପାଇଁ ସୁବିଧା ନାହିଁ ଅନ୍ୟ କୌଣସି ସୁବିଧା ନାହିଁ ଆମେ କାମ ଚାହିଁଲେ ବି କାମ ମିଳୁନି ଚାଷ ଜମି ନାହିଁ ଯାହା ଜମି ଅଛି ସବୁ ବେଲକଣା ଗ୍ରାମଲୋକଙ୍କ ଅଟେ, ତେଣୁ ଏଠି କ୍ରସର ବସିଲେ ଆମେ ବାର ଖଣ୍ଡ ଗ୍ରାମବାସୀ ଉପକୃତ ହୋଇ ପାରିବୁ ବୋଲି କହିଛନ୍ତି । ବେଲକଣା ରୁ ବିରୋଧ କରୁଥୁବା ଗ୍ରାମବାସୀ ଟି ନଗେଶ୍ୱର ରାଓ,ପୂର୍ବତନ ୱାର୍ଡ ମେମ୍ବର ସୁଶିଳା ମାଣ୍ଡଙ୍ଗି କହିଛନ୍ତି କି ବାର ବାର ପ୍ରଶାସନ କୁ ଜଣାଇବା ପରେ ବି ଆମ ସମସ୍ୟାର ସମାଧାନ କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ଏଭଳି ବିରୋଧ କରୁଛୁ ବୋଲି ମହିଳା ପୁରୁଷ କହିଛନ୍ତି। ସେହିଭଳି କିଛି ଲୋକ ଆଜି ତହସିଲ ଅଫିସ ଫାଟକ ସାମନାରେ ଧାରଣାରେ ବସିଛନ୍ତି ଓ ବିରୋଧ ଜାରି ରଖିଛନ୍ତି। ଏନେଇ କ୍ରସର ସ୍ଥାପନ କରିବା ରାଓଙ୍କ ସହ ଆଲୋଚନା କରିବାରୁ ମୁ ଦୁଇ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛି ଯାହା କି ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ସରକାରଙ୍କ ସବୁ ସ୍ବର୍ତ୍ତ ପୁରାଣ କରିଛି ମୋର କିଛି ଭୁଲ ନାହିଁ ଏହି ଯୋଜନା ଚାଲିଲେ ପାଞ୍ଚ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ ଓ ଏହି ଅଂଚଳରେ ଯଥେଷ୍ଟ କଞ୍ଚା ମାଲ ରହିଛି କିନ୍ତୁ ଲୋକେ ନିର୍ମାଣ କାମ ପାଇଁ ଅନ୍ୟ ବ୍ଲକ ତଥା ବହୁଦୂରରୁ ଅଧିକ ଦାମରେ ଆଣିବାକୁ ପଡୁଛି ଯଦି ଏଠି ହୁଏ ତାହେଲେ ଲୋକମାନେ ସୁବିଧାରେ ପାଇବେ ନଚେତ ମୁ କ୍ଷତିରେ ପଡିବା ସହ ଅନେକ ଲୋକ ଜୀବିକା ହରାଇବେ। ଆଗରୁ ସମସ୍ତେ ସହଯୋଗ କରିବାକୁ କଥା ଦେଇଥିଲେ କିନ୍ତୁ ଏବେ କାହିଁକି ବିରୋଧ କରୁଛନ୍ତି ବୋଲି ପଚାରିବାରୁ ତାଙ୍କ ମନ୍ତବ୍ୟରେ କହିଥିଲେକି ସମସ୍ତେ ବିରୋଧ କରୁନାହାନ୍ତି କିଛି ଲୋକ ମାତ୍ର ଅନ୍ୟ ଲୋକଙ୍କ ଉସୁକାଇବା ଯୋଗୁଁ ଏଭଳି ପରିସ୍ଥିତି ହେଇଚି ।ଗ୍ରାମବାସୀଙ୍କ ସମସ୍ତ ଦାବୀ ମୁଁ ମାନିବାକୁ ପ୍ରସ୍ତୁତ ବିରୋଧ କଲେ ସମସ୍ତଙ୍କୁ କ୍ଷତି ତେଣୁ ମଧ୍ୟସ୍ତ ଜରିଆରେ ସମାଧାନ କରିବାକୁ ରାଜିଅଛି ବୋଲି କହିଛନ୍ତି।ଏନେଇ ତହସିଲ ଦାର ଦେବାଶିଷ କର ଙ୍କୁ ପଚାରିବାରୁ ସବୁ ନିୟମ ଅନୁସାରେ ସେ କରିଛନ୍ତି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତେ ମଞ୍ଜୁରୀ ଦେଇଛନ୍ତି ଆମ ହାତରେ କିଛି ନାହିଁ ବୋଲି କହିଛନ୍ତି, ସେ ଯାହା ଟଙ୍କା ବାନ୍ଧିବା କଥା ତାହାବି ପୁରଣ କରିଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି । ପ୍ରକାଶ ଥାଉକି ଖବର ସଂଗ୍ରହ କରିବା ପାଇଁ ସେଠାକୁ ଗଲାବେଳେ ପୋଲିସ ପାହାର ରହିଥିବା ବେଳେ ପଚିଶ ରୁ ତିରିଶି ମହିଳା ପୁରୁଷ ରାସ୍ତାକୁ ଅବରୋଧ କରି ବସିଥିଲେ ଓ କିଛି ଲୋକ ତହସିଲ ଅଫିସରେ ଧାରଣା ଦେଇଛନ୍ତି ଆମର ଦାବୀ ପୂରଣ ନ ହେବା ଯାଏ ଉଠିବୁ ନାହିଁ ବୋଲି ରଞ୍ଜନ ପ୍ରସାଦ ନେମାଲପୁରୀ କହିଛନ୍ତି । ଏହି ଧାରଣାକୁ ବହୁଜନ ସମାଜ ପାର୍ଟି ତରଫରୁ ସମର୍ଥନ ଜଣାଇ ଧାରଣାରେ ସହଯୋଗ କରିଛନ୍ତି।

related posts

Leave a Comment