Home Breaking News / ତାଜା ଖବର ଝରିଗାଁରେ ନୂତନ କୋର୍ଟ ଉଦଘାଟିତ

ଝରିଗାଁରେ ନୂତନ କୋର୍ଟ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଝରିଗାଁ(ଜ୍ୟୋତି ପ୍ରକାଶ ଦାସ): ଝରିଗାଁ ବ୍ଲକ ରେ ଦୀର୍ଘ ଦିନ ଧରି ବିଚାର ବିଭାଗୀୟ କୋର୍ଟ ସ୍ଥାପନ ନେଇ ଦାବି ହୋଇଆସୁଥିବା ବେଳେ ଶେଷରେ ଆଜି ବ୍ଲକ ସଦରଠାରେ ଦେୱାନୀ ବିଚାରପତି (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ(ଜେଏମଏଫସି)ଙ୍କ କାର୍ଯ୍ୟାଳୟ ଲୋକାର୍ପିତ ହୋଇଯାଇଛି।ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲିଧର ଭର୍ଚୁଆଲ ଏହାର ଉଦ୍‌ଘାଟନ କରିଥିଲେ।ଅନ୍ୟତମ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି.ଏସ.ପୁରଷୋତ୍ତମ,ଜିଲ୍ଲା ପରିଷଦ ଉପଧ୍ୟକ୍ଷା ନିବେଦିତା ମହାନ୍ତି, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ,
ନବରଙ୍ଗପୁର ଜିଲ୍ଲା ବିଚାରପତି ଅଶୋକ ପଣ୍ଡା,ଅତିରିକ୍ତ ଜିଲ୍ଲା ବିଚାରପତି ପ୍ରଣୟ କୁମାର ଦାସ,ଅତିରିକ୍ତ ଜିଲ୍ଲା ବିଚାରପତି ଉମରକୋଟ ସୁନୀଲ କୁମାର ଦାସ, ଜେଏମଏଫସି ଝରିଗାଁ ନିଶା ଅଗ୍ରୱାଲ,ରେଜିଷ୍ଟାର ଅପର୍ଣ୍ଣା ମହାପାତ୍ର,ଝରିଗାଁ ବିଡିଓ ସତ୍ୟନାରାୟଣ ମେହେର,ତହସିଲଦାର ହୃଷିକେଶ ଗଣ୍ଡ,ଥାନାଧିକାରୀ ନଟବର ନନ୍ଦ,ଉମରକୋଟ ଅକିଲ ସଂଘ ସଭାପତି ତପନ ଦେବନାଥ,ସମ୍ପାଦକ ଶାନ୍ତନୁ ବାହିନୀପତି,ବରିଷ୍ଠ ଆଇନଜୀବୀ ଜୟଦେବ ପରିଡ଼ା,ପ୍ରଶାନ୍ତ ସାହୁ,ସୁବାସ ପଟ୍ଟନାୟକ,ତମ୍ବୁଦାସ ପନକା,ସଞ୍ଜୟ କୁମାର
ନାୟକ,ଚନ୍ଦ୍ରଭାନୁ ନାୟକ,ମହମ୍ମଦ ହୁସେନ,ଖେମରାଜ ବାଘ, ଅରୁଣ ସିଂ ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହିଥିଲେ।

related posts

Leave a Comment