Home Breaking News / ତାଜା ଖବର ଜିଲ୍ଲାପାଳଙ୍କ ଝରିଗାଁ ବ୍ଲକ ଗସ୍ତ: କୃତ୍ତି ବିଦ୍ୟାର୍ଥୀଙ୍କୁ ନିଜ କଲମ ଦେଇ ଭଲ ପଢିବା ପାଇଁ ଉତ୍ସହିତ କଲେ ଜିଲ୍ଲାପାଳ

ଜିଲ୍ଲାପାଳଙ୍କ ଝରିଗାଁ ବ୍ଲକ ଗସ୍ତ: କୃତ୍ତି ବିଦ୍ୟାର୍ଥୀଙ୍କୁ ନିଜ କଲମ ଦେଇ ଭଲ ପଢିବା ପାଇଁ ଉତ୍ସହିତ କଲେ ଜିଲ୍ଲାପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଝରିଗାଁ(ଜ୍ୟୋତି ପ୍ରକାଶ ଦାସ): ରାଜ୍ୟ ସରକାର ଙ୍କ ଅଭିନବ ଯୋଜନା କ୍ରମେ ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଓ ଦକ୍ଷତା ବିକାଶ ପାଇଁ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ଲାଗି ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ବିଦ୍ୟାଳୟ ଗୁଡିକର ରୂପରେଖ ବଦଳାଇବା ପାଇଁ ଗୋଟିଏ ବିଦ୍ୟାଳୟ ପିଛା ୬୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇଅଛନ୍ତି।ଏହି ଯୋଜନାକ୍ରମେ ଝରିଗାଁ ନୋଡାଲ ହାଇସ୍କୁଲ କୁ ସାମିଲ କରାଯାଇ ଏହି ସର୍ବ ପୁରାତନ ବିଦ୍ୟାଳୟ ର ରୂପରେଖ ରେ ବିରାଟ ପରିବର୍ତ୍ତନ ଆଣିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଆଜି ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଦିନିକିଆ ଝରିଗାଁ ବ୍ଲକ ଗସ୍ତ କରି ମୋ ସ୍କୁଲ ଅଭିଯାନରେ ନିର୍ମାଣ ହେଉଥିବା ସ୍ମାର୍ଟ କ୍ଲାସ କାର୍ଯ୍ୟ ତଦାରଖ କରି କାର୍ଯ୍ୟ ର ଗୁଣବତ୍ତା ସହିତ ଶୀଘ୍ର ସାରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିଥିଲେ।ଶ୍ରେଣୀ କକ୍ଷ ରେ ପହଞ୍ଚି ବିଦ୍ୟାର୍ଥୀ ଙ୍କୁ ପାଠ ପଢେଇବା ସହିତ ବିଦ୍ୟାଳୟରେ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ ଆଉ ସମସ୍ତ ବିଦ୍ୟାର୍ଥୀଙ୍କୁ ଏବେ ଖୁସି ତ ବୋଲି ପ୍ରଶ୍ନ କରିଥିଲେ।ଜିଲ୍ଲାପାଳ ଆଜି ପାଠ ପଢେଇବା ପରେ ବିଦ୍ୟାର୍ଥିମାନଙ୍କୁ କିଛି ପ୍ରଶ୍ନ କରିଥିଲେ ଆଉ ନବମ ଶ୍ରେଣୀର ଛାତ୍ର କ୍ଷୀରଦ ମାଝୀ ଙ୍କ ଉତ୍ତର ରେ ଖୁସି ହୋଇ ଜିଲ୍ଲାପାଳ ନିଜ ପକେଟରୁ କଲମ କାଢି କ୍ଷୀରଦ କୁ ଉପହାର ଦେଇ ଉତ୍ସହିତ କରିବା ସହିତ ମନ ଲଗାଇ ପଢିବା ପାଇଁ କହିଥିଲେ,ଯାହାକି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଖୁସି ଦେଇଥିଲା।ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ଝରିଗାଁ ବିଡିଓ ସତ୍ୟ ନାରାୟଣ ମେହେର,ତହସିଲଦାର ହୃଷୀକେଶ ଗଣ୍ଡ,ସହକାରୀ ଯନ୍ତ୍ରୀ ପ୍ରିୟଙ୍କା ଗଣ୍ଡ,ବୈଷୟିକ ପରାମର୍ଶଦାତା ଓପେପା ବିଚିତ୍ରାନନ୍ଦ ପାଣିଗ୍ରାହୀ,ଯନ୍ତ୍ରୀ ବିନୋଦ କୁମାର ବେହେରା,ସଞ୍ଜୟ ଲେଙ୍କା,ଶିବରାମ ଶତପଥୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ।

related posts

Leave a Comment