Home Breaking News / ତାଜା ଖବର ବାଲିଗୁଡାରେ ବିରଳ ବଜ୍ରକାପ୍ତା ଉଦ୍ଧାର, ଚାରି ଗିରଫ

ବାଲିଗୁଡାରେ ବିରଳ ବଜ୍ରକାପ୍ତା ଉଦ୍ଧାର, ଚାରି ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ନେଇ ବାଲିଗୁଡା ବନ ବିଭାଗ ର ଚଢ଼ାଉ lବୁଧୁବାର ଏକ ଜୀବନ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିବା ସହ ଚାରି ଜଣ କୁ ଗିରଫ କରିଛି ବନ ବିଭାଗ ର ମିଳିତ ଟିମ l ଚୋରା ଚାଲାଣ ପାଇଁ ସଜବାଜ ସମୟରେ ଗ୍ରାହକ ବେଶ ରେ ମାଡି ବସିଲା ବନବିଭାଗ ର ଦଶ ଜଣିଆ ଟିମ l ବାଲିଗୁଡା ବନଖଣ୍ଡ ର ଡ଼ିଏଫଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦେଶ ଅନୁଯାୟୀ ଦୁଇ ଜଣ ଏ. ସି. ଏଫ ଙ୍କ ନେତୃତ୍ୱ ରେ ଦଶ ଜଣିଆ ଟିମ ବାଲିଗୁଡା ରେଞ୍ଜ ମିଡ଼ିଆକିଆ ଗାଁ ରେ ପହଂଚିଥିଲେ l ଗ୍ରାହକ ଭାବେ ବଜ୍ରକାପ୍ତା ର ଡ଼ିଲ କରିବାବାହାନା କରି ଚଢ଼ାଉ କରିଥିଲା l ଏହି ଘଟଣା ରେ କୋଟଗଡ଼ ଥାନା ପାରିଗଡ଼ ଗାଁ ର ଭୀମସେନ ବଡ଼ସେଟ, ଟିକାବାଲି ର ସୀତାଂଶୁ ମୁଖୀ, ମହାଶିଙ୍ଘ ଗ୍ରାମ ର ମହାଦେବ ବେହେରଦଳାଇ, ଜଙ୍ଗୁଗାଁ ର ଶୁକଦେବ ଦିଗାଲ ମୋଟ ଚାରି ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l କନ୍ଧ ମାଳ ଜ଼ିଲ୍ଲା ରେ ବଜ୍ରକାପ୍ତା ରାକେଟ ସକ୍ରିୟ ହୋଇଥିବା ନେଇ ବନ ବିଭାଗ ସନ୍ଦେହ କରୁଛି l

related posts

Leave a Comment