Home Breaking News / ତାଜା ଖବର ଭିଜିଲାନ୍ସ କୋର୍ଟଙ୍କ ରାୟ ଲାଞ୍ଚ ମାମଲାରେ ଦୁଇଜଣ କର୍ମଚାରୀଙ୍କୁ ଜେଲ ଦଣ୍ଡ

ଭିଜିଲାନ୍ସ କୋର୍ଟଙ୍କ ରାୟ ଲାଞ୍ଚ ମାମଲାରେ ଦୁଇଜଣ କର୍ମଚାରୀଙ୍କୁ ଜେଲ ଦଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ମଙ୍ଗଳ ବାର ଏକ ଲାଂଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ କୋୖର୍ଟ ଵିଚାର ପତି ଶୁଭ ଦର୍ଶୀ ପଟନାୟକ ବୌଦ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର କିରାଣୀ ପ୍ରଦୀପ କୁମାର ଦଳ ବେହେରା ଓ ପିଅନ ଦଣ୍ଡ ଧର ଦେହୁରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜ଼ାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି ଜୋରିମlନା ଅନାଦେୟ ଅଧିକା ଛଅ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି ସୂଚନା ଯୋଗ୍ୟ ଯେ ଗତ6/3 2017ମସିହା ରେ କିରାଣୀ ପ୍ରଦୀପ ପଞ୍ଚାନନ ଦୀପ ଙ୍କ ବାପାଙ୍କ ବକେୟା ପାଉଣା ବିଲ୍ଲ ପାସ ପାଇଁଦୁଇ ହଜ଼ାରଟଙ୍କା ଦାବୀ କରିଥିଲେ l
ଏହି ଟଙ୍କା ପିଅନ ଦଣ୍ଡ ଧର ଙ୍କୁ ଦେବାଲାଗି ପଞ୍ଚାନନକୁ କହିଥିଲେ l ଫଳରେ ପିଅନ ଦୁଇ ହଜ଼ାର ଟଙ୍କା ଲାଞ୍ଚ ନେଲା ବେଳେ ବ୍ରହ୍ମ ପୁର ଭିଜିଲାନ୍ସ ସ୍କ୍ୱାଡ଼ ଦ୍ୱାରା ଧରା ପଡ଼ିଥିଲେ l
ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ 18/2017ରେ ମାମଲା ରୁଜ୍ଜୁ ହୋଇଥିଲା lଭିଜିଲାନ୍ସଵିଭାଗ କର୍ମଚାରୀ ମାନେ କିରାଣୀ ପ୍ରଦୀପ ଓ ପିଅନ ଦଣ୍ଡଧର ଙ୍କୁ ଗିରଫ କରି କୋୖର୍ଟ ଚାଲାଣ କରିଥିଲେ l

related posts

Leave a Comment