Home Breaking News / ତାଜା ଖବର ବରିଷ୍ଠ ଶିକ୍ଷକଙ୍କ ବିୟୋଗରେ ଶୋକ

ବରିଷ୍ଠ ଶିକ୍ଷକଙ୍କ ବିୟୋଗରେ ଶୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଫୁଲ ବାଣୀ ସହରର ଜଣାଶୁଣା ବରୀଷ୍ଠ ବିଜ୍ଞାନ ଶିକ୍ଷକ ସୁଧୀର ସେନାପତିଙ୍କ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସ୍ଵର୍ଗତ ସୁଧୀର ସେନା ପତି ଜଣେ ଭଲ ବିଜ୍ଞାନ ଶିକ୍ଷକ ଥିଲେ । ସେ ଫୁଲବାଣୀ ଏଜେ ଓ ହାଇ ସ୍କୁଲରେ ଦୀର୍ଘବର୍ଷ ଧରି ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରି ବହୁ ପ୍ରତିଭାବାନଛାତ୍ର ସୃଷ୍ଟି କରିଛନ୍ତି ଯେଉମାନେ କି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ପଦସ୍ଥ ଅଫିସର ଭାବେ କାର୍ଯ୍ କରୁଛନ୍ତି ।
ସେହିପରି ଅବସର ପରେ ସେ ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ଲଢେଇ କରି ଆସୁଥିଲେ ।
ଗତ ସପ୍ତାହରେ ସେ ଅସୁସ୍ଥ ଅନୁଭବ କରିବାପରେ ସଙ୍ଗେସଙ୍ଗେ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତି କରାଯାଇଥିଲା ଓ ପରେ ବ୍ରହ୍ମପୁର ଏମକେ ସିଜି ଡାକ୍ତରଖାନାରେ ଭର୍ତୀ କରାଯାଇଥିଲା। ସେଠାରେ ୭ ଦିନ ହେଲା ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପରଲୋକ ହୋଇଛି । ଆସନ୍ତାକାଲି ଫୁଲବାଣୀ ଠାରେ ସମାଧୀ ଦିଆଯିବ।
ସ୍ଵର୍ଗତ ସେନାପତିଙ୍କ ମୃତ୍ୟୁରେ ବରୀଷ୍ଠ ସାମ୍ବାଦିକ ଡ. ଅରୁପ ଜେନା , ମହମ୍ମଦ ନାଜିର ଆଖତାର, ସୁନୀଲ ପଟନାୟକ,ନାରାୟଣ ସାହୁ, ରବି ଦାସ, ସନ୍ତୋଷ ଡିଗାଲ ଙ୍କ ସମେତ ବହୁ ଖ୍ରୀଷ୍ଟଧର୍ମ ।ବଲମ୍ବୀମାନେ ଗଭୀର ଶୋକ ବ୍ୟକ୍ତ କରିବା ସଙ୍ଗେସଙ୍ଗେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

related posts

Leave a Comment