Home Breaking News / ତାଜା ଖବର ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ

ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସରେ କୋଭିଡ଼ -୧୯ ନୟମ ମାନି ବିରମାହାରାଜପୁର ଉପ ଜିଲ୍ଳାପାଳ ତଥା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସକ ଅଶୋକ କୁମାର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜାତିୟ ପତାକା ଉତ୍ତୋଳନ କରିବାପରେ ଜାତିୟ ସଂଙ୍ଗିତ ଗାନ କରାଯାଇଥିଲା । ଏହି ଉପଲକ୍ଷେ ବିନିକା ବିନିକା ବିଜ୍ଞାପିତ ଅଚଂଳ ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀକରରଥ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ବିରମାହାରାଜପୁର ଉପ ଜିଲ୍ଳାପାଳ ଶ୍ରୀ ଭୋଇ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଚାଳିଥିବା ବିଭିନ୍ନ ସରକାରି କାର୍ଯ୍ୟକ୍ରମ ଓ ଉନ୍ନତି ମୁଳକ କାମକୁ ସଠିକ ହିସାବରେ ଓ ଠିକ ହିସାବରେ ସମସ୍ତ କାର୍ଯ୍ୟ ସମାପନ କରିବାକୁ ଆମେ ଚେଷ୍ଟିତ ା ଆଗାମି ଦିନରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ସରସ ଓ ସୁନ୍ଦର କରିବାକୁ ବିନିକା ବାସିଙ୍କ ସହଯୋଗ ଦେବାକୁ ଅନୁରୋଧ କରିଥିଲେ ବିରମାହାରାଜପୁର ଉପ ଜିଲ୍ଳାପାଳ ଶ୍ରୀ ଭୋଇ ା ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ଅଧ୍ୟକ୍ଷା ରୋକା ପଧାନ ମୂଖ୍ୟବକ୍ତା ,ବିନିକା ଆଇଆଇସି ପବିତ୍ର ସାହୁ ଓ ମହାନଦୀ ଯୁବ ସଂଙ୍ଗଠନ ସଭାପତି ପ୍ରକାଶ ଅଗ୍ରୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏନଏସି ଚତୁର୍ଥ ଶ୍ରେଣି କର୍ମଚାରୀ ମାନଙ୍କୁ ପୋସାକ ବଣ୍ଟନ କରାଯାଇ ଉତ୍ସାହିତ କରିବାସହ ବିନିକା ଏନଏସି କର୍ମଚାରି ରାମ ଗେପାଳ ବାଘ ଓ ସନ୍ତୋଷ ବଚଛୋର କରୋନା ସମୟରେ ଉନ୍ନତ ମାନର ସେବା ଲୋକଙ୍କୁ ଯୋଗାଇଥିବାରୁ ବିରମାହାରପୁର ଉପଜିଲ୍ଳାପାଳ ଶ୍ରୀ ଭୋଇ ଉଭୟଙ୍କୁ ଓପଢ଼ୋକନ ଦେଇ ସମ୍ମାନିତ କରିଥିଲେ ା ସେନିଟେସନ ସୁପରଫାଇଜର ଶ୍ରୀ ବନଛୋର ସଭା ପରିଚାଳନାନ କରିଥିଲେ ା ପରେ ବିନିକା ଡ଼ାକ୍ତର ଖାନା କୁ ଯାଇ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରୋଗି ,ଡ଼ାକ୍ତର, ଓ ଡ଼ାକ୍ତର ଖାନା କର୍ମଚାରୀଙ୍କୁ ଫଳ ଓ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ା ଏଥିରେ ଗରିବ ସାଲିମା, ବିଜୟ ବରାଇ,ସିତାରାମ ଦାସ , ସିଟିମିଶନ ମେନେଜର ଉମାକାନ୍ତି ସିଙ୍ଗ, ପ୍ରିୟବ୍ରତ ଜେନା ,ମୋହନ ମହାନନ୍ଦ, ତ୍ରୀଲୋଚନ ମେହେର, ପ୍ରହଲ୍ଲାଦ ବରାଇ. ପୃଥିରାଜ ପଧାନ , ସରୋଜ ବାଗ, ରାଜା ପଧାନ ,ସତ୍ୟ ରାଜହଂସ, ସମେତ ବିନିକା ଏନଏସିର ସମସ୍ତ କର୍ମଜଚାରୀ ପ୍ରମୁଖ ଉପସ୍ତିତ ଥିଲେ

related posts

Leave a Comment