ମୟୁରଭଞ୍ଜ(ଅବିନାଶ ମହାନ୍ତି): ଜିଲ୍ଲା ପେସା ଗ୍ରାମସଭା ପକ୍ଷରୁ ଆଜି ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ଉଦଳା ଉପଖଣ୍ଡ ଶିରିପୁର ଗ୍ରାମରେ ଅଣଆଦିବାସୀ ଶ୍ରେଣୀର ଲୋକମାନେ ସାନ୍ତାଳ ସମ୍ପ୍ରଦାୟର ଧର୍ମସ୍ଥଳୀ ଜାହିରା ପୂଜାପୀଠରେ ବେଆଇନ ଭାବେ ପ୍ରବେଶ କରି ଭାଙ୍ଗି ନିଆଁ ଲଗାଇ ପୋଡ଼ିଦେବା ଓ ପୂଜାସ୍ଥଳରେ ପରିସ୍ରା କରିବା ଘଟଣାରେ ନ୍ୟାୟନମିଳିବାରୁ , ପେସା ଗ୍ରାମସଭା କର୍ମକର୍ତ୍ତା ମୟୂରଭଞ୍ଜ ବନ୍ଦ ଡକରା ଦେଇଛନ୍ତି। ଏହାସହ ପେସା ଗ୍ରମସଭା ପକ୍ଷରୁ ସରକାରଙ୍କ ନିକଟରେ ୧୦ଦଫା ଦାବି ମଧ୍ୟ ରଖାଯାଇଛି । ଜିଲ୍ଲାର ସଦରମହକୁମା ସହ ୩ଟି ଉପଖଣ୍ଡରେ ଆଜି ମଙ୍ଗଳବାର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ଡକରା ଅବ୍ୟାହତ ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଏହି ବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦିଆଯିବ ବୋଲି କୁହାଯାଇଛି । ବନ୍ଦକୁ ସଫଳ କରିବା ପାଇଁ ଆଜି ସକାଳୁ ପେସା ଗ୍ରାମସଭା କର୍ମୀ ମାନେ ଜାତୀୟ ରାଜପଥ ସହ ସହରରେ ଗାଡିମଟର , ଦୋକାନବଜାର ଗୁଡିକରେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ବନ୍ଦ ଡାକରାକୁ ନଜର କରି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି । ତେବେ ବନ୍ଦ ପାଳନ ଯୋଗୁଁ ଗାଁ ଠୁ ସହରର ପ୍ରମୁଖରାସ୍ତାରେ ଗାଡ଼ି ମଟର ଚଳାଚଳ ଠପ ହୋଇଯାଇଛି।
ଅନ୍ୟପଟେ ପେସା ଗ୍ରାମସଭା ଆଇନ କାର୍ଯ୍ୟକାରୀ କରାଯିବା ଦାବି ହୋଇ ଆସୁଥିବା ବେଳେ ଏହାର ଆଳରେ ବିଭିନ୍ନ ସମୟରେ ଯୋଉଭଳି ଭାବରେ ଆଦିବାସୀ ଗାଁ ମାନଙ୍କରେ ମନମାନି କରାଯାଇ ଆସୁଛି ତାକୁନେଇ ଧୀରେ ଧୀରେ ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ଯାହା ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବା ବିଚିତ୍ର ନୁହେଁ। ତେଣୁ ରାଜ୍ୟ ସରକାର ସମୟ ପୂର୍ବରୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଦେଖାଦେଇଛି।