Home Breaking News ବୀମା କାର୍ଡ଼ କରାଇଦେବା ନାମରେ ଠକେଇ: ୪ ଜଣ ଯୁବକଙ୍କୁ ଧରି ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ବୀମା କାର୍ଡ଼ କରାଇଦେବା ନାମରେ ଠକେଇ: ୪ ଜଣ ଯୁବକଙ୍କୁ ଧରି ପୁଲିସକୁ ଜିମା ଦେଲେ ଗ୍ରାମବାସୀ

by Times One Odia
Share with
     
 
 
   

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କେବିକଙ୍ଗା (ଡି.ଏନ.କେ) ଗ୍ରାମରେ କିଛି ଯୁବକ ସ୍ବାସ୍ଥ୍ୟ ବୀମା କାର୍ଡ଼ କରାଇଦେବା ନାମରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ କରି ସେଠାକାର ଗ୍ରାମବାସୀ ଆଜି ସେମାନଙ୍କୁ ଅଟକ ରଖିଥିଲେ l ଶେଷରେ କୁନ୍ଦେଇ ପୁଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ କୁନ୍ଦେଇ ଥାନା ଅଧିକାରୀ ପ୍ରସନ୍ନ ସେଠୀ ପହଞ୍ଚି ସେହି ଚାରି ଜଣ ଯୁବକଙ୍କୁ ଧରିନେଇ ପଚରା ଉଚରା ଚଲାଇଛି l
ସୂଚନା ଅନୁଯାୟୀ କଟକ ସ୍ଥିତ ଦିବ୍ୟ ଦୃଷ୍ଟି ଗୃପ୍ ଅଫ୍‌ କମ୍ପାନୀ ପକ୍ଷରୁ ରାଇଘର ବ୍ଲକର ବିଭିନ୍ନ ପଂଚାୟତରେ ଜଣେ ଜଣେ ଯୁବକ ପଂଚାୟତ ଅଫିସର ଭାବେ ନିଯୁକ୍ତ ହୋଇ ଗାଆଁ ଗାଆଁ ବୁଲି ସ୍ବାସ୍ଥ୍ୟ ବୀମା କାର୍ଡ଼ କରାଇଦେବା ନିମନ୍ତେ ଡକୁମେଣ୍ଟ ସଂଗ୍ରହ କରୁଛନ୍ତି l ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜଣକା ଏକ ସ୍ବାସ୍ଥ୍ୟ ବୀମା କାର୍ଡ଼ କରିବାକୁ ପଡ଼ିବ ବୋଲି କହି ସେମାନଙ୍କ ଠାରୁ ଆଧାର କାର୍ଡ,ପାନ କାର୍ଡ, ଭୋଟର କାର୍ଡ ଓ ଦୁଇଗୋଟି ପାସ୍ ପୋର୍ଟ ଫୋଟ ସାଙ୍ଗକୁ ୩ଶହ ଟଙ୍କା ଆଦାୟ କରୁଛନ୍ତି | ଆଜି ଏହି ସଂସ୍ଥାର ଚାରିଜଣ ପଂଚାୟତ ଅଫିସର ଦୀପକ ଗଣ୍ଡ , ଅମରଚାନ୍ଦ ଗଣ୍ଡ , ରମେଶ ଗଣ୍ଡ , ଶ୍ରବଣ ଗଣ୍ଡ ବୁଲି ବୁଲି ସ୍ବାସ୍ଥ୍ୟ ବୀମା କାର୍ଡ଼ କରାଇବା ସମୟରେ କେବିକଙ୍ଗା (ଡି.ଏନ.କେ) ଗ୍ରାମର ଲୋକେ ସେମାନଙ୍କୁ ଅଟକ ରଖି ସଂସ୍ଥା ବିଷୟରେ ପଚାରିବା ସହ ଜଣକ ପିଛା ୩ଶହ ଟଙ୍କା କାହିଁକି ଆଦାୟ କରାଯାଉଛି ବୋଲି ପଚାରିଥିଲେ l ମଧ୍ୟ ୩ ସହ ଟଙ୍କା ଉକ୍ତ ଯୁବକଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଗ୍ରାମବାସୀ କୁନ୍ଦେଇ ପୁଲିସକୁ ଖବର ଦେଇଥଲେ l ଘଟଣା ସ୍ଥଳରେ କୁନ୍ଦେଇ ଥାନା ଅଧିକାରୀ ପ୍ରସନ୍ନ କୁମାର ସେଠୀ ପହଞ୍ଚି ସମସ୍ତ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଛନ୍ତି l ଗୋଟେ ସପ୍ତାହ ହେବ ସେହି ଯୁବକ ଚାରି ଜଣ ଗା ଗା ବୁଲି ବିମା କରେଇ ଦେବା ନାମରେ ପୋଇଶା ଆଦାୟ କରୁଥିଲେ, ପ୍ରଥମେ ସେମାନେ ପରଚି ପାରା dnk ଗ୍ରାମ କୁ ଯାଇ ୨୦ ଜଣ ଙ୍କ ପାଖୁ ୩୦୦ ଟଙ୍କା ଲେଖାଏଁ ଆଦାୟ କରିବା ପରେ କାଉ ଡୋଳା ଗ୍ରାମ କୁ ଯାଇ ୧୨ଜଣ ଙ୍କ ପାଖୁ ପୋଇସା ଆଦାୟ କରିଥିଲେ,

related posts

Leave a Comment