ରାୟଗଡ(ଧନେଶ୍ବର ରାଉତ)-ସାପ ଦଂଶନରେ ପରିବାର ର ମୁଖ୍ୟ ଙ୍କ ମୃତ୍ୟୁ ଘଟିଛି। ଗାଈ ଚରାଇବା କୁ ଯାଇଥିବା ବେଳେ ହଠାତ ଏକ ଗଛରୁ ଗୋଟିଏ ସାପ ମୁଣ୍ଡ ଉପରେ ଡେଇଁ ପଡିଲା ଏବଂ କାନ ପାଖରେ କାମୁଡି ଦେଇ କୁଆଡେ ଉଭେଇ ଗଲା। ଚିତ୍କାର କରି କିଛି ଜାଣିବା ବେଳକୁ କେଉଁ ଆଡେ ଉଭାନ ହେଇଗଲା ନିକଟରେ ପୁତୁରା ଓ ନାତି ଥିଲେ ସେମାନେ ଆସିଲା ବେଳକୁ ତଳେ ପଡି ଚିତ୍କାର କରି ଛାଟି ପିଟି ହେଉଥିଲେ କୁମୁଟି ମାଝୀ। ନିକଟରେ ଗାଁ ଥିବାରୁ ବୋହିକି ନେଇ ଘରେ ଚେର ମୁଳି ଜରିଆରେ ଚିକିତ୍ସା ଜରିଥିଲେ। ଏହି ଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡିବାଲି ପଂଚାୟତ କଚାମୁଇଁ ଗ୍ରାମରେ। ଏହି ଗ୍ରାମକୁ ନା ରାସ୍ତା ଅଛି ନା ଅନ୍ୟ ଯୋଗାଯୋଗ ଅଛି ଏହି ଗ୍ରାମରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଏହି ଗ୍ରାମର ଲୋକେ ତେଣୁ ଏହି ଗ୍ରାମକୁ ଅମ୍ବୁଲାନ୍ସ ଆସିବାକୁ ରାସ୍ତା ନାହିଁ।କୁମୁଟି ମାଝୀଙ୍କ 3 ପୁଅ 3 ଝିଅ ଅଛନ୍ତି ସେ ପରିବାରର ମୁଖ୍ୟ ହେଇଥିବାରୁ ଅନ୍ୟମାନେ ରୋଜଗରିଆ ନାହାନ୍ତି ,ତେଣୁ ତାଙ୍କର ପରିବାର ଚାଲିବ କଷ୍ଟକର ବୋଲି ତାଙ୍କ ପୁତ୍ର ଭୀମ କହିଛନ୍ତି। ବାପାଙ୍କୁ ଚିକିତ୍ସା କରିବାକୁ ନେବାପାଇଁ ସୁବିଧା ନ ଥିବାରୁ ତାଙ୍କର ମୃତ୍ୟୁ ହେଇଛି ବୋଲି କହିଛନ୍ତି। ତେଣୁ ସରକାରଙ୍କ ସହାୟତା ଯୋଗାଇ ଦେବାକୁ ସାଧରଣରେ ଦାବୀ ହେଉଛି। ପ୍ରଶାସନ ତରଫରୁ ଯଦି ଏହି ଅସହାୟ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଗଲେ ଉଜୁଡି ଯାଉଥିବା ପରିବାର ସହାୟତା ପାଇପାରିବ।
ସର୍ପ ଦଂଶନରେ ପରିବାର ମୁଖିଆ କୁମୁଟି ମାଝୀଙ୍କ ମୃତ୍ୟୁ: ସରକାରୀ ସହାୟତା ଦାବୀ
Share with