ଗୋପ, (ଦିବ୍ୟଜ୍ୟୋତି ପଟ୍ଟନାୟକ ) ଦୀପ ତଳ ଅନ୍ଧାର ପରି ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ଗୋପ ବ୍ଲକ 11 ନମ୍ବର ୱାର୍ଡ କୁ ନାହିଁ ରାସ୍ତା. ବର୍ଷା ହେଲେ କେନାଲ ପାଣିରେ ପଡୁଛନ୍ତି ଗାଁ ଲୋକେ. ପୁରୀ ଜିଲ୍ଲା ଗୋପ ବ୍ଲକ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଗୋପ ପଂଚାୟତର 11ନମ୍ବର ୱାର୍ଡ କୁ ଆଜିର ଦିନରେ ପକା ସଡକ ଖଣ୍ଡିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉକ୍ତ ଗ୍ରାମବାସୀ. ସଦା ସର୍ବଦା ଚର୍ଚ୍ଚା ରେ ରହୁଥିବା ଗୋପ ବ୍ଲକରେ ରାଜନୈତିକ ସମୀକରଣ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଗଡି ଚାଲିଥିବା ବେଳେ ଏହାର ଲାଭ ଉଠାଉଛନ୍ତି କେତେକ କୁଜି ନେତା ଓ ଦଣ୍ଡିଆ. ମାତ୍ର ସାଧାରଣ ଜନତା ହେଉଛନ୍ତି ହନ୍ତ ସନ୍ତ.11 ନମ୍ବର ୱର୍ଡ ପାଣିଛତ୍ର ଗ୍ରାମବାସି ବର୍ଷା ଦିନେ ନିଜେ ଚାଲିକରି ଯିବା ଅସମ୍ଭବ. ଯାହା ଫଳରେ ରାସ୍ତାକୁ ଲାଗିଥିବା କେନାଲ ହୁଡ଼ା ଉପରେ ବାଧ୍ୟ ହୋଇ ଆସିବ ବେଳେ ଖସି ପଡ଼ିଥାନ୍ତି କେନାଲ ମଧ୍ୟ କୁ. ଏ ନେଇ ଉକ୍ତ ଗ୍ରାମ ବାସୀ ଅନେକ ଥର ସରପଞ୍ଚ ଙ୍କୁ ଜଣାଇବା ସହିତ ଆପତ୍ତି କରିଥଲେ. ମାତ୍ର ଅନେକ ସରପଞ୍ଚ ଆସା ଦେଇ ଏହି ସାମାନ୍ୟ ରାସ୍ତା କାର୍ଯ୍ୟ ସରକାରୀ ଦପ୍ତରୁ ଅନୁମତି ଆଣି ପାରୁନାହାନ୍ତି. ଏହାର କାରଣ କଣ ତାହା ଏବେ ସନ୍ଦେହରେ.
ଯଦି ଉକ୍ତ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ନହୁଏ ତେବେ ବାଧ୍ୟ ହୋଇ ଉକ୍ତ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି ମତବ୍ୟକ୍ତ କରିଥିଲେ
ଗୋପ ବ୍ଲକ ପାଣିଛତ୍ର ଗ୍ରାମରେ ବର୍ଷା ହେଲେ ଯାତାୟାତ ଠପ : କେନାଲ ପାଣିରେ ପଡୁଛନ୍ତି ଲୋକେ
Share with