ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ସ୍ଥାନୀୟ ଦୀପଲ ସ୍କୁଲ ନିକଟସ୍ଥ ସାଗୁନ କଲ୍ୟାଣି ମଣ୍ଡପ ପରିସରରେ ଟେଷ୍ଟଇରାଡ଼ କିଚେନ୍ ପକ୍ଷରୁ ଏକ ଗ୍ରାଣ୍ଡ ଫିଲିକ୍ସନ ସେରର୍ମନି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସଂମାନୀୟ ଅତିଥି ଭାବେ ବିଜେଡ଼ି ଉପସଭାପତି ସଞ୍ଜିତ କୁମାର ପାଣିଗ୍ରାହୀ,ମଳୟ ବିଷୋୟୀ,ଟେଷ୍ଟଇରାଡ଼ ର ମୁଖ୍ୟ ସୁମନ ଜ୍ୟୋତି ମହାପାତ୍ର ଯୋଗ ଦେଇ ଉକ୍ତ କାଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ଅତିଥି ମାନଙ୍କୁ ଟେଷ୍ଟଇରାଡ଼ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି କାଂହା ଚାରି ଟେବୁଲ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା କରଯାଇଥିଲା । ଗତ ଏପ୍ରେଲ ୯ ତାରିଖରେ ଦୁବାଇ ଠାରେ ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ବ୍ରହ୍ମପୁର ର ବୋହୁ ଅନିତା ପାତ୍ରଙ୍କୁ ବ୍ରାଣ୍ଡ ଆବସର ଅଫ ଓଡିଶା ରେ ସେ ସଂମାନିତ ହୋଇ ବ୍ରହ୍ମପୁର ପାଇଁ ଗୌରବ ଆଣିଥିଲେ । ତେଣୁ ଆଜି ବିଧାୟକ ଓ ସାଂସଦଙ୍କ ଦ୍ଵାରା ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଆଜିର ର ଏହି ଗ୍ରାଣ୍ଡ ଫିଲିକ୍ସନ ସେରର୍ମନି କାଯ୍ୟକ୍ରମରେ ସ୍ୱାମୀ ରାମ ପ୍ରସାଦ ପାତ୍ର,ସୋନାଲି, ରବି, ଏସ ବଙ୍ଗାଳି ପାତ୍ର , ପୁଷ୍ପାଞ୍ଜଳି ପାତ୍ର ,ସୁବରାଓ , ନଗମଣି ପାତ୍ର , ପ୍ରତ୍ୟୁଷ ପାଣିଗ୍ରାହୀ,ମାନରଞ୍ଜନ ସାରଫ ,ସୁନିତା ସାରଫ , ବିମଲ ,ସୁନୀଲ ଉପସ୍ଥିତ ଥିଲେ।
କଲ୍ୟାଣି ମଣ୍ଡପ ପରିସରରେ ଟେଷ୍ଟଇରାଡ଼ କିଚେନ୍ ପକ୍ଷରୁ ଏକ ଗ୍ରାଣ୍ଡ ଫିଲିକ୍ସନ ସେରର୍ମନି କାଯ୍ୟକ୍ରମ ଅନୁଷ୍ଠିତ
Share with