Home Breaking News / ତାଜା ଖବର ଫୁଲବାଣୀ ଵିଜେପି ନଗର କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ ଵିଜେପି ନଗର କାର୍ଯ୍ୟକାରିଣୀ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ଠାକୁରାଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କପରାମର୍ଶ କ୍ରମେ ଭାରତୀୟ ଜନତା ପାର୍ଟି, ଫୁଲବାଣୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ନଗର ସଭାପତି ସୁଶାନ୍ତ ମହାନ୍ତିଙ୍କ ସଭାପତିତ୍ବ ଓ ଜିଲ୍ଲା ଉପ-ସଭାପତି ରମେଶ ମହାନ୍ତି(ବନ ଭାଇ) ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ଫୁଲବାଣୀ ସହରର ବର୍ଦ୍ଧିତ ହୋଲଡିଂ ଟାକ୍ସ, ଡ୍ରେନ ଓ ପାଣି ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ସ୍ଵଚ୍ଛ ଭାରତ ଯୋଜନାରେ ପାଇଖାନା ଦୁର୍ନୀତି, ବେକାରୀ ସମସ୍ୟା, ବିଜୁଳି ଦରବୃଦ୍ଧି ଓ ବାରମ୍ବାର ବିଜୁଳି କାଟ ଏପରି ଅନେକ ସମସ୍ୟା ବିଷୟରେ ଆଲୋଚନା ହେବା ସହିତ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା ।
ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ନୂତନ ଭାବେ ନିଯୁକ୍ତ କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଅର୍ଚ୍ଚନା ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
ଏହି ସଭାକୁ ନଗର ମଣ୍ଡଳ ସାଧାରଣ ସଂପାଦକ ମୁକ୍ତିକାନ୍ତ ମହାନ୍ତି ପରିଚାଳନା କରିଥିବା ବେଳେ, ଲିଙ୍ଗରାଜ ଦଳଵେହେରା, ପୂର୍ବତନ ବିଧାୟକ ପ୍ରାର୍ଥୀ ଦେଵ ନାରାୟଣ ପ୍ରଧାନ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ, ଫୁଲବାଣୀ ସହରର ଅନେକ ସମସ୍ୟା ଓ ବିଜୁ ଜନତା ଦଳ ସରକାରଙ୍କ ଦୁର୍ନୀତି ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର, ପୂର୍ବତନ ନଗର ସଭାପତି ସନ୍ତୋଷ ପଣ୍ଡା ଓ ଜିଲ୍ଲା ସମ୍ପାଦକ ପରେଶ୍ ମହାପାତ୍ର ଆଗାମୀ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ।
ବି ଜେ ପି ଜ଼ିଲ୍ଲା ଉପସଭାପତି ବନ ମହାନ୍ତି ସଂଗଠନ ବିଷୟରେ ଚର୍ଚ୍ଚା ଆଲୋଚନା କରିବା ସହିତ, ଦୁର୍ନୀତିର ଗନ୍ତାଘର କୁହାଯାଉଥିବା ପୌର ପରିଷଦ କାର୍ଯ୍ୟାଳୟକୁ ଆଗାମୀ ଦିନରେ ଘେରାଉ କରିବାକୁ ଘୋଷଣା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ନଗର ସାଧାରଣ ସଂପାଦକ ଅରମ୍ଵିଦ ମହାପାତ୍ର, ଉପ ସଭାପତି ମାମୀ ନାୟକ, ଚନ୍ଦ୍ର ଶେଖର ପଣ୍ଡା, ଶିବାଜୀ ଜେନା, ବାବୁଲା କହଁର, ସନ୍ତୋଷ ସ୍ଵାଇଁ, ଜିଲୁ ସାହୁ, ଟିକୁ ସାହୁ, ବିଶ୍ବରଂଜନ ଦାସ, ଟୁଟୁ ସେନାପତି, ପ୍ରଶାନ୍ତ ପଟ୍ଟନାୟକ, ଦିଗାମ୍ବର ବେହେରା, ନମିତା ବେହେରା, ସିମାଞ୍ଚଳ ପ୍ରଧାନ, ବିକି, ରଞ୍ଜିତ ମୁଖି, ରାଧାନାଥ ନାୟକ, ରତନ ଚୌଧୁରୀ, ପ୍ରଫୁଲ୍ଲ ସାହୁ, ପ୍ରଶନ ପଟ୍ଟନାୟକ, ସଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment