Home Breaking News / ତାଜା ଖବର ଦରଦୀ ବନ୍ଧୁ ମନହର ରନ୍ଧାରୀ

ଦରଦୀ ବନ୍ଧୁ ମନହର ରନ୍ଧାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାପଡାହାଣ୍ଡି(ମୁସ୍ତାକ ହୁସେନ): ଅସହାୟଙ୍କ ପାଇଁ ସେ ସାହାରା, ଦୁଃଖ ଓ ବିପଦ ସମୟରେ ସେ ପହଞ୍ଚିଯାନ୍ତି ପାଖରେ | ଜନସାଧାରଣ ଙ୍କ ପାଇଁ ଜଣେ ଦରଦୀ ବନ୍ଧୁ ପାଲଟିଛନ୍ତି ଡାବୁଗାଁ ବିଧାୟକ ମନହର ରନ୍ଧାରୀ | ଅଂଚଳର ବିକାଶ ତଥା ଚାଷୀଙ୍କ ଉନ୍ନତି ପାଇଁ ପ୍ରତିଦିନ ସେ ବିଭିନ୍ନ ଗ୍ରାମକୁ ଯାଇ ବଢ଼ାଉଛନ୍ତି ସହଯୋଗର ହାତ |ରବିବାର ଦିନ ସେ,ଡାବୁଗାଁ ବ୍ଲକର କାହାକଗୁଡା, ଓ ମେନ୍ଦ୍ରା ଗ୍ରାମରେ ଶାଢ଼ୀ ବଣ୍ଟନ କରିଛନ୍ତି |ଡାବୁଗାଁ ହସ୍ପିଟାଲ କୁ ଯାଇ ଜଣେ ଦୁର୍ଘଟଣାଗ୍ରସ୍ତ ଆହତ ଙ୍କୁ ଭେଟି ଭଲ ମନ୍ଦ ବୁଝିବା ସହ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଙ୍କ ସହ ଆଲୋଚନା କରିଛନ୍ତି |ନିଜ ଘର ଡାବୁଗାଁ ରେ ମଧ୍ୟାହ୍ନ ଭୋଜନ କରିବା ସହ ଜେଜୀମା ମା ଙ୍କ ସହ କିଛି ସମୟ ବିତାଇଛନ୍ତି |ଏହାସହ 12ତମ ଦିବସ କାର୍ଯ୍ୟକ୍ରମ ରେ କେରାଣ୍ଡି, ବୁଚିଆଗୁଡା, ବଜରଗଡ଼, ରୁନିଗୁଡା, ଏବଂ ସନ୍ତୋଷପୁର ରେ ଯୋଗଦାନ କରିଛନ୍ତି |ଏତଦବ୍ୟତୀତ ଡାଙ୍ଗରୀଗୁଡା ର ଅଲେଖ ଭକ୍ତ ଠାରେ ନୂଆଖାଇ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ||ବିଧାୟକ ମନହର ରନ୍ଧାରୀଙ୍କ ଏଭଳି ଜନହିତକର କାର୍ଯ୍ୟ ପାଇଁ ସମସ୍ତ ଜନସାଧାରଣ ଙ୍କ ହୃଦୟରେ ସେ ସ୍ଥାନ ପାଇଛନ୍ତି |

related posts

Leave a Comment