Home Breaking News / ତାଜା ଖବର ପାରା ଅଲିମ୍ପିକ୍ସ- ଡିସକସ୍ ଥ୍ରୋରେ ଯୋଗେଶ କାଠୁନିଆ ଜିତିଲେ ରୌପ୍ୟ ପଦକ

ପାରା ଅଲିମ୍ପିକ୍ସ- ଡିସକସ୍ ଥ୍ରୋରେ ଯୋଗେଶ କାଠୁନିଆ ଜିତିଲେ ରୌପ୍ୟ ପଦକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ପାରା ଆଥଲେଟ୍ ଯୋଗେଶ କାଠୁନିଆ । ଡିସକସ୍ ଥ୍ରୋରେ ଯୋଗେଶ ଏହି ସଫଳତା ସହ ପଦକ ହାସଲ କରିଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସରେ ଅତିକମରେ ପୋଡିୟମ ଛୁଇଁ ପାରିଥିବାରୁ ଖୁସି ଥିବା କହିଛନ୍ତି ଯୋଗେଶ କାଠୁନିଆ । ଏହି ୨୪ ବର୍ଷୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ମୋଦି, ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି । ସେହପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ସୋମବାର ସୁଦ୍ଧା ୨ଟି ସୁନା, ୪ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଂଜ ମେଡାଲ ଜିଣିଛି । ଯାହା ସମସ୍ତ ପାରା ଅଲିମ୍ପିକ୍ସ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ।

related posts

Leave a Comment