ଫୁଲବାଣୀ(ସନୀଲ ପଟନାୟକ): ସର୍ଟ ସର୍କିଟ ଯୋଗୁଁ ଦୋକାନଘର ଜଳିବା ସହ ଦୋକାନରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଗଲା। ଫଳରେ ଦୋକାନଟି ସଂପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇ ଗଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।
ଏଭଳି ଘଟଣା ଘଟିଛି ଫୁଲ ବାଣୀସାଲକୀ ସାହିରେ।ସାଲକୀ ସାହିର ପିତାମ୍ବର ବେହେରା ସବୁଦିନ ପରି ଗତକାଲି ମଧ୍ୟ ଦୋକାନ ବନ୍ଦ କରିଆସିଥିଲେ । ହେଲେ ରବିବାର ରାତି ୩ଟାରେ ବିଦ୍ୟୁତସର୍ଟ ସର୍କିଟ ଯୋଗୁୁ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଆଁ ଲାଗିବା ପରେ ଦୋକାନରେ ଥିବା ଗ୍ୟାସ ସିଲିଣ୍ଡର ଟି ଫାଟିଯିବା ଫଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା।
ଫଳରେ ସାହୀ ର ଲୋକେ ଉଠି ପଡି ଦେଖିବାବେଳେ ଦୋକାନଟି ଜଳୁଥିବା ଦେଖ୍ ଥିଲୋ । ଲୋକେ ପ୍ରଥମେନିଆଁକୁ ଆୟତ କରିବାକୁ ଚେଷ୍ଟାକରିଥିଲେ। ହେଲେ ନ ପାରିବା ଫଳରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ଦୋକାନଘରଟି ସଂପୁର୍ଣ୍ଣ ଜଳି ଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି ।
ଦୋକ।ନମାଲିକ ପିତାମ୍ବର ଜଣେ ଛୋଟ ବ୍ୟବସାୟୀ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ଷତିପୁରଣ ଯୋଗାଇଦେବା ଲାଗି ସାଧାରଣରେ ଦାବୀ ହେଉଛି । ସକାଳୁ ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି
ସର୍ଟ ସର୍କିଟ ଯୋଗୁଁ ଦୋକାନଘର ଜଳିଗ୍ୟାସ ସିଲିଣ୍ଡର ଫାଟି ଗଲା, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ
Share with