Home Breaking News / ତାଜା ଖବର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ବିନାୟକ ଆଚାର୍ଯ୍ୟଙ୍କ ୧୦୩ତମ ଜନ୍ମ ଜୟନ୍ତୀ ବଡ ଆଡମ୍ବରରେ ପାଳିତ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ବିନାୟକ ଆଚାର୍ଯ୍ୟଙ୍କ ୧୦୩ତମ ଜନ୍ମ ଜୟନ୍ତୀ ବଡ ଆଡମ୍ବରରେ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସ୍ଥାନୀୟ ବାପୁଜି ଆଶ୍ରମ ଠାରେ ବିନାୟକ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟ ଓ ଵ୍ରହ୍ମପୁର ନଗର କଂଗ୍ରେସର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି|ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା, ସମାନିତ ଅଥିତି ଭାବେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ସମାନିତ ଅଥିତି ଭାବେ ଅଖିଳ ଭାରତୀୟ କୃଷକ କଂଗ୍ରେସର ଯୁଗ୍ମ ସଂଯୋଜକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ପଟ୍ଟନାୟକ ଯୋଗଦାନ କରିଥିଲେ|ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ତରଫରୁ ସଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦେବରାଜ ସାହୁ ପୌରହିତ୍ୟ କରିଥିଲେ ଓ ଟ୍ରଷ୍ଟର ସମ୍ପାଦିକ ଶ୍ରୀଯୁକ୍ତ ଶିବପ୍ରସାଦ ମିଶ୍ର ସଂଯୋଜନା କରିଥିଲେ| ଅନ୍ୟମାନଙ୍କ ମଧ୍ୟରେ ଵ୍ରହ୍ମପୁର ନଗର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସୁଜୟ କୁମାର ଆଚାର୍ଯ୍ୟ, ସ୍ବର୍ଗୀୟ ବିନାୟକ ଆଚାର୍ଯ୍ୟଙ୍କ ସାନ ପୁଅ ଶ୍ରୀଯୁକ୍ତ ଶିଶିର କୁମାର ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା କଂଗ୍ରେସ ଆଇନ ସେଲର ମୁଖ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର ଦେଓ, ଗଂଜାମ ଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟ କିଶୋର କାପୁର, ଗଂଜାମ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀମତି ବନଜା ପଣ୍ଡା, ଦିଗପହଣ୍ଡିର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଫୁଲ କୁମାର ପଣ୍ଡା , ଗଂଜାମ ଜିଲ୍ଲା କଂଗ୍ରେସର ଉପସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସାହୁ,ଗଂଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିକାଶ କୁମାର ପଶୁପାଳକ, ଗଂଜାମ ଜିଲ୍ଲା କଂଗ୍ରେସର ସମ୍ପାଦିକ ଶ୍ରୀଯୁକ୍ତ କେ କୁନା, ଗଂଜାମ ଜିଲ୍ଲା କଂଗ୍ରେସର ସମ୍ପାଦିକା ଶ୍ରୀମତି ଗୀତାଞ୍ଜଳି ସାହୁ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଅବନୀ ସାହୁ, ଵ୍ରହ୍ମପୁର ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ମୁଖ୍ୟ ଶ୍ରୀ ସିଦ୍ଧାନ୍ତ କୁମାର ସାହୁ, ଗଂଜାମ ଜିଲ୍ଲା କଂଗ୍ରେସର ଉପସଭାପତି ଶ୍ରୀଯୁକ୍ତ ମହେଶ୍ୱର ପାତ୍ର, ଗଂଜାମ ଜିଲ୍ଲା କଂଗ୍ରେସର ସମ୍ପାଦକ ଶ୍ରୀଯୁକ୍ତ ଦଣ୍ଡ ପାତ୍ର ପ୍ରମୁଖ ଙ୍କ ସମେତ ସହର ତଥା ଜିଲ୍ଲାର ବହୁ କଂଗ୍ରେସ ପ୍ରେମୀ, ମାନ୍ୟଗଣ ମହିଳା,ବ୍ୟକ୍ତି ଉପସ୍ଥିତ ରହି ବିନାୟକ ବାବୁଙ୍କ ସ୍ମୃତିଚାରଣ କରିଥିଲେ|

related posts

Leave a Comment