ରାୟଗଡା(ଧନେଶ୍ବର ରାଉତ): ଲୀଳା ପୁରୁଷ ଜନ୍ମାଷ୍ଟମୀ ଅବସରରେ ରାୟଗଡ଼ା ଗାୟତ୍ରୀ ପରିବାର ତରଫରୁ ଲୀଳାମୟ ଶ୍ରୀ କ୍ରିଷ୍ଣ ଙ୍କ ଜନ୍ମତିଥିକୁ ଧୁମ ଧାମରେ ପାଳନ କରାଯାଇଛି । ଭାରତୀୟ ହିନ୍ଦୁ ପରମ୍ପରାରେ ଆଜି ଦିନକୁ ଅଧିକ ମହତ୍ଵ ଦିଆଯାଏ ।ପ୍ରଭୁ ଲୀଳାମୟ ଙ୍କ ପାଖରେ ଚୌସଠି କଳା ପରିପୂର୍ଣ ରହିଥିଲା ସଂସାରରେ ଦୁଷ୍ଟ ସଂହାର କରିବା ପାଇଁ ଅବତାରିତ ହୋଇ ଆସୁରିକ ପ୍ରବୃତିକୁ ନାଶ କରି ସତ୍ୟର ସ୍ଥାପନ ନିମନ୍ତେ ପ୍ରୟାସ କରିଥିଲେ। ଏହି ପରିପ୍ରେକ୍ଷୀରେ ପରିବାର ତରଫରୁ ଗୁରୁମ୍ ଗୁଡା ଗ୍ରାମର ଲୋକମାନଙ୍କୁ ନେଇ ସେହି ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ବୃକ୍ଷ ବିନା ଯିବ ଜଗତ ବଞ୍ଚି ରହିବା ଅସମ୍ଭବ ଅଟେ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ତେଣୁ ୧୨୪ ଗୋଟି ଅଁଳା ଗଛ ଲଗାଯାଇ ଭବିଷ୍ୟତରେ ଅନ୍ୟାନ୍ୟ ଔଷଧିୟ ବୃକ୍ଷ ହରିଡା, ବାହାଡ଼ା, ସାହାଡ଼ା,ଅସୋକ ବୃକ୍ଷ ଲଗାଯିବା ସକାଶେ ସ୍ଥିର କରାଯାଇଛି । ଏହି ସ୍ଥାନ କୁ “ଶାନ୍ତିକୁଞ୍ଜ ସ୍ଵର୍ଣ୍ଣ ଜୟନ୍ତୀ ଔଷଧି ବନ” ନାମ ଦିଆଯାଇଛି । ମୁଖ୍ୟ ଅତିଥି ରୂପେ ଗୁରୁମ୍ ଗୁଡ଼ା ସ୍କୁଲ ହେଡମାଷ୍ଟର ଶ୍ରୀ ମନ୍ମଥ ତୁଳ ତରୁମିତ୍ର ତରୁପୁତ୍ର ମହାୟଜ୍ଞ ତଥା ବୃକ୍ଷ ରୋପଣ କରିଥଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ଶାନ୍ତିକୁଞ୍ଜ ହରିଦ୍ଵାର ତତ୍ତ୍ଵାବଧାନରେ ପରିଚାଳନା ହେଲା।
ରାୟଗଡା ଗାୟତ୍ରୀ ପରିବାର ତରଫରୁ ଜନ୍ମଷ୍ଟମୀ ପାଳନ ଅବସରରେ ୧୨୪ ବୃକ୍ଷ ରୋପଣ
Share with
previous post