Home Breaking News / ତାଜା ଖବର ଗାୟତ୍ରୀ ପରିଵାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗାୟତ୍ରୀ ପରିଵାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଷ୍ଟ୍ରୀୟ ତରୁପୁତ୍ର ମହାଯଜ୍ଞ ଓ ଶାନ୍ତିକୁଞ୍ଜ ହରିଦ୍ୱାର ତତ୍ୱାବଧାନ ରେ କୋକସରା ବ୍ଲକ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ଗଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଶିବ ମନ୍ଦିର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ରେ ଶୋଭାଯାତ୍ରାରେ ବାହାରି ନଗର କୀର୍ତନ ସହ ବୃକ୍ଷ ରୋପଣ ସ୍ଥଳ ରେ ପହଂଚିଥିଲେ ଗାୟତ୍ରୀ ପରିବାର l କୋକସରା ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ଥିବା ପଡିଆ ରେ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା l ପ୍ରଜ୍ଞାପିଠ ଟ୍ରଷ୍ଟ କୋକସରା ପ୍ରୟାସ ରେ ୩୫୦ ତରୁପୁତ୍ର ବୃକ୍ଷ ରୋପଣ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମନ୍ୱୟ ସମିତି ର ସଂଯୋଜକ ବାସୁଦେବ ଯୋଶୀ ତରୁପୁତ୍ର ଯଜ୍ଞ ପରିଚାଳନା କରିଥିଲେ l କୋକସରା ବ୍ଲକ ଗାୟତ୍ରୀ ପରିବାର ପରିଜନ ଓ ମହିଳା ମଣ୍ଡଳ ଯୁବା ମଣ୍ଡଳ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

related posts

Leave a Comment