ସୋନପୁର: ଗଡଜାତ ସମୟରେ ସୋନପୁର ଅଞ୍ଚଳରେ ସମସ୍ତେ କ୍ଷେତ୍ର ବିକାଶ ଟ୍ରଷ୍ଟ ଫଣ୍ଡ ତିଆରି ହୋଇଥିଲା। ୪୮ବିଭାଗ ପାଇଁ ୨୭ ଲକ୍ଷ ଟଙ୍କା ରହିଥିଲା। ଏହି ମୋଟ ଅଙ୍କ ଅର୍ଥର ସୁଧ ସୋନପୁର ଅଞ୍ଚଳ ଅର୍ଥ ଖର୍ଚ୍ଚ ଦାବୀ ନେଇ ୧୯୭୦ମସିହାରେ ଏକ ବିରାଟ ଜନଆନ୍ଦୋଳନ ରୂପ ନେଇଥିଲା।ଏହି ଟ୍ରଷ୍ଟ ଫଣ୍ଡ ଆନ୍ଦୋଳନ ଦୁଇ ମାସ ବ୍ୟାପି ସମାଜ ସବୁ ବର୍ଗ ଲୋକ ସାମିଲ ଥିଲେ । ବହୁ ଯୁବକ ଏହି ଆନ୍ଦୋଳନରେ ଜେଲ ଯାଇଥିଲେ । ପରେ ଏହି ଅର୍ଥ ଅବିଭକ୍ତ ବଲାଙ୍ଗିର ଜିଲ୍ଲାରୁ ସୋନପୁରକୁ ଫେରିଆସିଥିଲା। ୧୦ଟି ବିଭାଗ କଟି କେବଳ ୩୮ଟି ବିଭାଗରେ ଟ୍ରଷ୍ଟ ଫଣ୍ଡ ଟଙ୍କା ଖର୍ଚ୍ଚ ବ୍ୟବସ୍ଥା ରହିଥିଲା। ଟ୍ରଷ୍ଟ ଫଣ୍ଡ ସୁଧ ଅର୍ଥ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଆଦି କ୍ଷେତ୍ର ରହିଥିଲା। ଜିଲ୍ଲା ଆତ୍ମପ୍ରକାଶ ୧୯୯୫ ଠାରୁ ୧୯୯୭ ମସିହା ଟ୍ରଷ୍ଟ ଫଣ୍ଡ ଅର୍ଥ ନେଇ ଜିଲ୍ଲା ପ୍ରଶାସନ ତତ୍ପାରତା ପ୍ରକାଶିତ ହୋଇଥିଲା। ଏବେ ଟ୍ରଷ୍ଟ ଫଣ୍ଡ ମୂଳ ଓ ସୁଧ ମିଶି ଅଧିକ ଅର୍ଥ ହୋଇଥିବାର ସୋନପୁର ସହରବାସୀ ଆଶାବାଦୀ ଅଛନ୍ତି। ଏହି ଟ୍ରଷ୍ଟ ଫଣ୍ଡ ପାଣ୍ଠି ଆୟବ୍ୟୟ ଅଟକଳ ୱେବସାଇଟ ସୂଚନା ଦେବା ପାଇଁ ସାଧାରଣରେ ଦାବୀ ହେଉଛି। ସେହିପରି ଜିଲ୍ଲା ପ୍ରଶାସନ ଏହି ସ୍ଥାନୀୟ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।
ଟ୍ରଷ୍ଟ ଫଣ୍ଡ ପାଣ୍ଠି ୱେବସାଇଟରେ ସୂଚନାର ଦାବୀ
Share with
previous post