Share with
ବିନିକା(ଅକ୍ଷୟ କୁମାର ପୂଜାହାରୀ): ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ନେଇ ଯାଉଥିଲେ ବିଡିଓ ପଦ୍ମନାଭ ସାମନ୍ତରାୟ । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।
ଆଜି ସକାଳେ ବିଜେପୁରରୁ ଭଡ଼ା ଗାଡ଼ିରେ ସାଢ଼େ ୩ଲକ୍ଷରୁ ଅଧିକ ଟଙ୍କା ଧରି ବିଜେପୁରରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ ପଦ୍ମନାଭ ସାମନ୍ତରାୟ । ବିଶେଷସୂତ୍ରରୁ ଖବର ପାଇଁ ସକାଳ ୬ଟା ବେଳେ ବିନିକା ବ୍ରିଜ ଉପରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ ।
ଟଙ୍କା ବାବଦରେ ସେ କୌଣସି ସଠିକ ସୂଚନା ଦେଇ ପାରି ନାହାନ୍ତି । ଏହାପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭ ସାମନ୍ତରାୟଙ୍କ ବରଗଡ଼, ପୁରୀ ଓ ଭୁବନେଶ୍ୱରରେ ଥିବା ଘର ଓ ଅଫିସରେ ରେଡ୍ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।