Home Breaking News / ତାଜା ଖବର ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟଟନ କେନ୍ଦ୍ର ମଣ୍ଡାସରୁ ଗସ୍ତ

ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟଟନ କେନ୍ଦ୍ର ମଣ୍ଡାସରୁ ଗସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ଦ୍ବିତୀୟ ଦିନ ରବିବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ମଣ୍ଡାସରୁ ଇକୋ-ଟୁରିଜିୟମ୍ ସେଣ୍ଟର୍ ଗସ୍ତରେ ଆସିଛନ୍ତି।ଏହି ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ଡ଼ ଡି ବୃନ୍ଦା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ, ଫୁଲବାଣୀ ଉପଜିଲ୍ଲାପାଳ ଶେଷ ଦେବ ମିଶ୍ର,ବିଲିଗୁଡା ଉପଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବ ରଞ୍ଜନ ନାୟକ, ରାଇକିଆ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସ୍ମରଣୀକା ଟୁଲୋ, ତହସିଲଦାର ହରପ୍ରସାଦ ଭୋଇ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ମଣ୍ଡାସରୁ ଇକୋ-ଟୁରିଜିୟମ୍ କେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବନ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଏହି ସେଣ୍ଟର୍ ଉନ୍ନତି, ଗ୍ରାମବାସୀ ତଥା ପର୍ଯ୍ୟଟକ ମାନଙ୍କ ପାଇଁ ମୋବାଇଲ ଟାୱାର, କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା,ରୁପ୍ ୱ ,ୱାର୍ଚ୍ଚ ଟାୱାର ଏହି ପରି ଅନେକ କାର୍ଯ୍ୟ କରିବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କୁ ଅବଗତ କରିବା ସହ ଅନୁରୋଧ କରିଥିଲେ।
ଏହା ପରେ ଦାରିଙ୍ଗବାଡି ବ୍ଲକ ଗସ୍ତକରି ଥିବା ବେଳେ ରାଇକିଆ ବ୍ଲକ୍ ସୁଗଡବାଡି ପଞ୍ଚାୟତର ପିତାଇର୍ପି ଗ୍ରାମର ଗୋପାଳ ପ୍ରଧାନଙ୍କ ୪ ହେକ୍ଟର ଜମିରେ ପ୍ରାୟ ୧୬ ଶହ ଆମ୍ବଗଛ ଲାଗିଥିବା ଫାର୍ମ ହାଉସ୍ କୁ ବୁଲି ଦେଖିଥିଲେ ଶାସନ ସଚିବ ଶ୍ରୀ ମହାପାତ୍ର। ଏହା ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ହଟିକଲଚ୍ ବିଭାଗ ପକ୍ଷରୁ ଗଛ ଯୋଗାଇ ଦିଆଯାଇଥିବା ଜଣାପଡିଛି।

related posts

Leave a Comment