Home Breaking News ମହୁମାଛି କାମୁଡାରେ ଆଗୁଲ ପଞ୍ଚାୟତର ଜୁଗାପଦର ଗ୍ରାମର ଜଣେ ମୃତ ଚାରି ଆହତ

ମହୁମାଛି କାମୁଡାରେ ଆଗୁଲ ପଞ୍ଚାୟତର ଜୁଗାପଦର ଗ୍ରାମର ଜଣେ ମୃତ ଚାରି ଆହତ

by Times One Odia
Share with
     
 
 
   

ବିଷମକଟକ(କମଳାକାନ୍ତ ବାତ୍ରା): ଆଜି ରାୟଗଡା ଜିଲ୍କା ମୁନିଗୁଡା ଥାନା ଅନ୍ତର୍ଗତ ଆଗୁଳ ଗ୍ରାମପଞ୍ଚାୟତ ର ଜୁଗାପଦର ଠାରେ ଏକ ଅଭାବନିୟ ଘଟଣା ଘଟିଛି |କିଛି ମହିଳା ଚାଷ କାମ କୁ ଯିବା ବେଳକୁ ହଠାତ ମହୁମାଛି ଆକ୍ରମଣ ରେ ଶିକାର ହେଇଥିଲେ
ଏଥିରେ ଜଣେ ୬୦ ବର୍ଷ ର ବୟସ୍କା ମହିଳା କାଲାରି ସାରାକା କୁ ଗୁରୁତ୍ବର ଅଵସ୍ଥାରେ ମୁନିଗୁଡା ସାସ୍ଥ୍ୟ କେନ୍ଦ୍ର କୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ୍ୟୁ ଘୋଷଣା କରିଥିଲେ | ଅନ୍ୟ ଚାରି ଜଣ ଙ୍କ ମଧ୍ୟ ରୁ ଜଣେ ମହିଳା ଗୁରୁତର ଅବସ୍ଥା ରେ ଥିବା ଦେଖି ରାୟଗଡା ଜିଲ୍କା ସାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି | ଅନ୍ୟ ତିନି ଜଣ ଙ୍କୁ ପ୍ରାଥମିକ ଚିକିସ୍ଛା କରିଥିବା ମୁନିଗୁଡା ସାସ୍ଥ୍ୟ କେନ୍ଦ୍ର ରୁ ସୁଚନା ମିଲିଛି |
ଅଞ୍ଚଳ ବାସି ପ୍ରକାଶ କରିଛନ୍ତି ମହୁମାଛି ଆକ୍ରମଣ ହେବା ସ°ଙ୍ଗେ ସ°ଙ୍ଗେ କୁମୁଣ୍ଡାବାଲି ଉପସାସ୍ଥ୍ୟ କେନ୍ଦ୍ର କୁ ତୁରନ୍ତ ଚିକିସ୍ଛା କରାଇଵା ନିମନ୍ତେ ନେଲାବେଳେ ଜଣେ ହେଲଥ ୱାରକର ହିଁ ଥିଲେ |ଚିକିସ୍ଛା ପାଇଁ ସାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ନ ଥିଲେ |ଯାହାଫଳରେ ବାଧ୍ୟ ହେଇ କୁମୁଣ୍ଡାବାଲି ବଙ୍ଗାଳି କ୍ଳିନିକ କୁ ଚିକିସ୍ଛା କରାଇଵାକୁ ନେଇଥିଲେ |ସାସ୍ଥ୍ୟଵସ୍ଥା ଗୁରୁତର ଥିବାରୁ କ୍କିନିକ ମନା କରିଥିଲା |
ସାସ୍ଥ୍ୟବସ୍ଥା ଗୁରୁତର ଥିଲାବେଳେ ଉପସାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନ ଥିବାରୁ ଜଣକର ମୂଲ୍ୟବାନ ଜୀବନ ଚାଲିଯାଇଛି|ଏଥିପାଇଁ ଦାୟି ସ°ପୁର୍ଣ ସାସ୍ଥ୍ୟ ବିଭାଗ ର ଇନଚାର୍ଜ | ବାରମ୍ବାର ଆୟୁଷ ଡାକ୍ତର ରିନା ପରିଡା ଅନୁପସ୍ଥିତ ହେଉଥିବା ଅଭିଯୋଗ ସତ୍ବେ ବି ସାସ୍ଥ୍ୟବିଭାଗ କୈଣସି ପଦଖେପ ନେଇ ନାହାନ୍ତି |ଏଣୁ ଗ୍ରାମବାସି ଙ୍କ ଅଭିଯୋଗ ଉପସାସ୍ଥ୍ୟ କେନ୍ଦ୍ର ରେ ନିୟମିତ ଡାକ୍ତର ରଖନ୍ତୁ |ନଚେତ ଉପସାସ୍ଥ୍ୟ କେନ୍ଦ୍ର ରେ ତାଲା ପଡିବ ବୋଲି ଚେତାବନି ଦେଇଛନ୍ତି|

related posts

Leave a Comment