Home Breaking News ଆଜାଦୀକା ଅମୃତ ମହୋତ୍ସବ ପାଳିତ: ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ବହୁତ କିଛି କରିବାର ଅଛି-ପଦ୍ମଶ୍ରୀ ଶାନ୍ତି ଦେବୀ

ଆଜାଦୀକା ଅମୃତ ମହୋତ୍ସବ ପାଳିତ: ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ବହୁତ କିଛି କରିବାର ଅଛି-ପଦ୍ମଶ୍ରୀ ଶାନ୍ତି ଦେବୀ

by Times One Odia
Share with
     
 
 
   

ରାୟଗଡା(ଧନେଶ୍ବର ରାଉତ): ସ୍ବାଧୀନତାର ୭୫ ବର୍ଷ ଅବସରରେ ଆଜାଦୀ କା ଅମୃତ ସପ୍ତାହ ମହୋତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଶାନ୍ତି ଦେବୀ ଉପସ୍ଥିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଏସପି ବିବେକାନନ୍ଦ ଶର୍ମା, ପିଡି, ଡ଼ିଆରଡ଼ିଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ଅବସର ପ୍ରାପ୍ତ ପ୍ରଧ୍ୟାପକ ବା ଶିକ୍ଷାବିତ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଡଃ ବାଦଲ କୁମାର ତା , ସମାଜସେବୀ ଗୌରାଙ୍ଗ ରାଉତ ଏବଂ ମଞ୍ଚାସିନ ହୋଇଥିଲେ। ଜିଲ୍ଲାପାଳ ଶ୍ରୀ ମିଶ୍ର ଅଭିଭାଷଣ କହିଥିଲେ ଯେ ଦେଶ ସ୍ବାଧୀନତା ୭୫ ବର୍ଷ ପରେ ଆଜି ଆମର ବିକାଶ ବହୁ ଶିଖରରେ ପାଦ ଦେଇଛି। ଆମର ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାର୍ଯ୍ୟକରି ଲୋକଙ୍କ ନିକଟତର ହୋଇଛନ୍ତି। ଠିକ୍ ସେହିପରି ସମାଜସେବୀ ଶ୍ରୀ ରାଉତ କହିଛନ୍ତି ଯେ ୭୫ ବର୍ଷର ସ୍ବାଧୀନତା ଭାରତ ଆଜି ମଧ୍ୟ ଆହୁରି ଅନେକ କିଛି କରିବାର ବାକି ରହିଛି l ଆଜି ମଧ୍ୟ ସମାଜରେ ଅନ୍ଧ ବିଶ୍ୱାସ, କୁସଂସ୍କାର ଏବଂ ନାରୀ ନିର୍ଯ୍ୟାତନା ବାରମ୍ବାର ଘଟୁଛି ତେବେ ଗାନ୍ଧିଜୀଙ୍କ ସ୍ବାଧୀନ ଭାରତର ସପ୍ନ କେମିତି ସାକାର ହେବ ବୋଲି କୋହଭରା କଣ୍ଠରେ କରିଛନ୍ତି। ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ବାଦଲ କହିଛନ୍ତି ଆମ ଦେଶର ସମ୍ବିଧାନ ଠାରୁ କୌଣସି ଦେଶ ସମ୍ବିଧାନ ବୃହତ ନୁହେଁ। ଆମ ଦେଶରେ ସମସ୍ତ ଲୋକଙ୍କ ବାକ୍ ଶକ୍ତିର ଅଧିକାର ଦିଆଯାଇଛି। ୭୫ ବର୍ଷର ଆଜାଦୀ ଆଜି ଆମକୁ ବହୁତ କିଛି ଦେଇଛି। ଏଠାକାର ଆଦିବାସୀ ନିଜେ ଆତ୍ମନିର୍ଭରଶୀଳ ଯାହା ତାଙ୍କ ଘର ତିଆରି ଠାରୁ ଖାଦ୍ୟ ଶସ୍ୟ ସାମଗ୍ରୀ ନିଜେ ପ୍ରସ୍ତୁତ କରନ୍ତି। ସେହିପରି ଶିକ୍ଷାବିତ ଶ୍ରୀମହାନ୍ତି କହିଛନ୍ତି ଜଣେ ମହିଳା ମାଲିଗାଁ ବେବି ହୁଇକା କହିଲେ ମୋ ପାଖରେ ପାଠ ନାହିଁ କିନ୍ତୁ ମୋ ବାକ୍ ଶକ୍ତି ଅଛି । ଏହିପରି ଆମ ଦେଶର ବୈଜ୍ଞାନିକ ମାନେ କାହାଠାରୁ ଜ୍ଞାନ କୌଶଳ ନଆଣି ନିଜ ଜ୍ଞାନ କୌଶଳରେ ବିଭିନ୍ନ କ୍ଷେପଣାସ୍ତ୍ର ତିଆରି କରି ଦେଶର ଟେକ ରଖିଛନ୍ତି। ମୁଖ୍ୟ ଅତିଥି ପଦ୍ମଶ୍ରୀ ଶାନ୍ତି ଦେବୀ କହିଛନ୍ତି ସରକାରଙ୍କ ବହୁ ଯୋଜନା କରୁଛନ୍ତି କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ପ୍ରତି ଦିନ ବିଭିନ୍ନ ଖବରକାଗଜରେ ଦେଖୁଛୁ କେଉଁ ଗ୍ରାମକୁ ରାସ୍ତା ନାହିଁ ତ କାହାକୁ ଖାଇବାକୁ ନାହିଁ। ତେବେ ଗାନ୍ଧିଜୀଙ୍କ ସ୍ବାଧୀନ ଭାରତରେ କେବେ ଏହି ସବୁ ବ୍ଯବସ୍ଥା ସୁଧିରିଯିବ। ଆମେ କେତେ ସ୍ବାଧୀନ ତାହା ଲୋକେ ଜାଣିବା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ଜିଲ୍ଲାପାଳ ଦ୍ବାରା ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ, ବରିଷ୍ଠ ନାଗରିକ ସଂଘର ସଭାପତି ବିନୋଦ ପଣ୍ଡା, ଗବେଷକ ଶ୍ରୀରଙ୍ଗ ନାୟକ ଏବଂ ଆଦିବାସୀ ନେତ୍ରୀ ଶ୍ରୀମତୀ ବିଦୁଲତା ହୁଇକା, ସଂସ୍କୃତି ମହିଳା କ୍ଲବର ସଭାପତି ସୁଜାତା ମାଦଳା,ଜିସିଡ଼ି ୱାକର୍ସ କ୍ଲବର ସଭାପତି ସୁରେନ୍ଦ୍ର ପ୍ରସାଦ ସାହୁ,ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଳନ୍ଧର ପୁଷିକା, ସେନଚୁରିଆନର ସଭାପତି ରାଜେଶ ପାଢ଼ୀ,ଗଣମାଧ୍ୟମର ବିଭିନ୍ନ ସଂଘଠନର ସଭାପତି ଓ କର୍ମକର୍ତ୍ତାମାନେ ,ସାମ୍ବାଦିକ ବନ୍ଧୁ ମାନେ,ମା ସନ୍ତୋଷୀ କଳା ପ୍ରତିଷ୍ଠାନର ସଭାପତି ସନ୍ତୋଷ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପିଡି ଡିଆରଡିଏ ଶ୍ରୀ ନାୟକ ସମାପନ ଭାଷଣ ଦେଇ ସଭାସାଙ୍ଗ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂକୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସୌଜନ୍ୟତାରେ ପରିଚାଳନା କରାଯାଇଥିଲା

related posts

Leave a Comment