Home Breaking News ନାଟର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ: ଲୋକାର୍ପଣ ହେଲା ଦେୟମୁକ୍ତ ଅମ୍ଲଜାନ ସେବା – ଅଟଳ ଜୀବ

ନାଟର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ: ଲୋକାର୍ପଣ ହେଲା ଦେୟମୁକ୍ତ ଅମ୍ଲଜାନ ସେବା – ଅଟଳ ଜୀବ

by Times One Odia
Share with
     
 
 
   

ସୋନପୁର: ନାଟକ, ସମାଜସେବା ଏବଂ ସାହିତ୍ୟ ପ୍ରତି ସମର୍ପିତ ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଅନୁଷ୍ଠିତ ଏକ ସଭାରେ ଅଟଳ ଜୀବନ ନାମରେ ଏକ ଦେୟମୁକ୍ତ ଅମ୍ଲଜାନ କନସେନଟ୍ରେଟର ସେବା ଲୋକାର୍ପଣ କରାଯାଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ରାୟପୁର ର ଅସିଷ୍ଟାଣ୍ଟ ଜେନେରାଲ ମେନେଜର ଅଜିତ ମେହେର ତାଙ୍କ ପିତା ବୀରମଣି ମେହେରଙ୍କ ସହ ଯୋଗଦେଇ ‘ଅଟଳ ଜୀବନ’ର ଲୋକାର୍ପଣ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁ ଏହା ନାଟ୍ ର ପ୍ରତିଷ୍ଠାତା ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ବିଶିଷ୍ଟ ନାଟ୍ୟକାର ତଥା ସିନେ ଅଭିନେତା ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରତି ଅନୁଷ୍ଠାନର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବୋଲି ଉଲ୍ଲେଖ କରିଥିଲେ । ସଂପ୍ରତି ଏହା ସୋନପୁର ପୌର ପରିଷଦ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଅକସିଜେନ ସପୋର୍ଟ ଆବଶ୍ୟକ କରୁଥିବା ପୌରାଞ୍ଚଳର କୌଣସି ବ୍ୟକ୍ତି ୯୪୩୭୬୩୭୯୧୬ କିମ୍ଵା ୮୨୪୯୬୬୧୩୦୦ ମୋବାଇଲ ନମ୍ଵରରେ ଯୋଗାଯୋଗ କରି ନିଜ ଘରେ ଏହି ସୁବିଧା ପାଇପାରିବେ । ବିଶେଷ କରି ଆଶଙ୍କା କରାଯାଉଥିବା କୋଭିଡର ତୃତୀୟ ଲହର ବେଳକୁ ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ପାଇଁ  ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ ମତ ପୋଷଣ କରିଛନ୍ତି । ସାଂସ୍କୃତିକ ସଂପାଦକ ଅବିନାଶ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ବନମାଳୀ ପଣ୍ଡା, ସାହିତ୍ୟ ସଂପାଦକ ନରେନ୍ଦ୍ର ଭୋଇ, ସମାଜସେବା ସଂପାଦକ ସଞ୍ଜୟ କୁମାର ପଣ୍ଡା ତଥା ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରପୌତ୍ର ସୁଜିତ କୁମାର ପୂଜାହାରୀ ପ୍ରମୂଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅନୁଷ୍ଠିତ ସଂସ୍କୃତିକ କାର୍ଯ୍ୟକ୍ରମକୁ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କୁନି କଳାକାରମାନେ ନିଜ ନିଜର କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ ।

related posts

Leave a Comment