ଫୁଲବାଣୀ-(ସୁନୀଲପଟନାୟକ): ରାତି ପାହିଲେ ଜନ୍ମାଷ୍ଟମୀ, ଓ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ, Iଠିକ ୧୩ ବର୍ଷ ତଳେ ଆଜିର ଦିନରେ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।
ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧ ର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯିବ । ଫଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଚକାପାଦ ଓ ଜଲେଶପଟା ଆଶ୍ରମ ରେ କୋଭିଡନିୟମ ମାନି ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଶୋକସଭା ଆଦି କମ ସଂଖ୍ୟକ ଭକ୍ତ ଓ ଅନ୍ତେବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣା ପଡିଛି ।
୨୦୦୮ ଅଗଷ୍ଟ ୨୩ ଜନ୍ମ ।ଷ୍ଟମୀ ପୂଜା ଚାଲିଥିବା ନେଲେ ଦୁର୍ବର୍ତ୍ତମାନେ ଜଲେଶପଟ୍ଟା ଆଶ୍ରମ ମଧ୍ୟରେ ପଶିସ୍ୱାମୀଜୀଙ୍କ ସମେ ତ୫ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ, ଏହାପରେ କନ୍ଧମାଳ ଜିଲ୍ଲାରେ
ସଂ। ପ୍ରବାୟିକ ଦଙ୍ଗା ସୃଷ୍ଟି ହୋଇ ଥିଲା ଏଥିରେ ୫୦ ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ଘଟିବା ସହ ହଜ।ର ହଜାର ସଂଖ୍ୟାରେ ଘର ପୋଡି ବା ସହ ଭଙ୍ଗାରୁଜା ହୋଇଥିଲା।
ରାତି ପାହିଲେ ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ: ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Share with