Share with
ଗୋପ(ଦିବ୍ୟଜ୍ୟୋତି ପଟ୍ଟନାୟକ): କୋଣାର୍କର ଚନ୍ଦ୍ରଭାଗା କୂଳରେ ବସବାସ କରି ଚଳିଆସୁଥିବା ତେଲୁଗୁ ସମ୍ପ୍ରଦାୟ ର ଲୋକେ ମାଛ ଧରି ନିଜର ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ଗତକାଲି ଗଭୀର ସମୁଦ୍ର କୁ ମାଛ ଧରିବାକୁ ଯିବା ସମୟରେ ଘଟିଲା ଅଘଟଣ। ଚନ୍ଦ୍ରଭଗା ତେଲୁଗୁ ବସ୍ତି ର ୫ ମତ୍ସ୍ୟଜୀବୀ ଏକ ଡ଼ଙ୍ଗା ରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବା କୁ ଯିବା ସମୟରେ ସମୁଦ୍ର ଲହଡା ରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଡ଼ଙ୍ଗା। ଘଟଣା ସ୍ଥଳରୁ ଉଦ୍ଧାର ହେଲେ ୪ ତେଲୁଗୁ ମତ୍ସ୍ୟଜୀବୀ, ଜଣେ ମତ୍ସ୍ୟଜୀବୀ ନିଖୋଜ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ପତା ମିଳିନାହିଁ। ନିଖୋଜ ମତ୍ସ୍ୟଜୀବୀଙ୍କ ନାଁ ଅପୋଲା ରାଜୁ ତାଙ୍କ ବୟସ ୨୩ ବର୍ଷ। ଗଭୀର ସମୁଦ୍ର ମଧ୍ୟରେ ନିଖୋଜ ମତ୍ସ୍ୟଜୀବୀ ଙ୍କୁ ଖୋଜାଖୋଜି ଜାରି ରହିଛି