Home Breaking News ଟିକିରି ଦୂର୍ଗା ମଣ୍ଡପରେ ଅଜଣା ଦୁର୍ବୁର୍ତ୍ତ ପୋଡିଲେ ଏକ ଘରୋଇ ବସ

ଟିକିରି ଦୂର୍ଗା ମଣ୍ଡପରେ ଅଜଣା ଦୁର୍ବୁର୍ତ୍ତ ପୋଡିଲେ ଏକ ଘରୋଇ ବସ

by Times One Odia
Share with
     
 
 
   

ରାୟଗଡା(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲା ଟିକିରି ଥାନା ଦୁର୍ଗାମଣ୍ଡପ ଠାରେ ଛିଡା ହୋଇଥିବା ଗୋଟିଏ ଘୋରୋଇ ବସକୁ କେହି ଦୁର୍ବୁତ ବିଳମ୍ବିତ ରାତିରେ ନିଆଁ ଲଗାଇ ପଡିଦେଇଛନ୍ତି।ବସଟିର ସମୁଖ ଭାଗଟି ସମ୍ପୁର୍ଣ୍ଣ ଭାବେ ପଡ଼ିଯାଇଛି।ବସ ନିକଟରେ ଥିବା ପଡା ଇଞ୍ଜିନ ଅଏଲ ଢ଼ାଳି ନିଆଁ ଲଗେଇ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ଅନୁଯାୟୀ ରାତି ପ୍ରାୟ ୩ଘଣ୍ଟା ସମୟରେ ଢଢା ସବ୍ଦ ହେବାରୁ ବାହାର କୁ ବାହାରିବା ସମୟରେ ବସଟି ହୁତୁହୁତୁ ହୋଇ ଜଳୁଛି।ସଙ୍ଗ ସଙ୍ଗେ ବାହାରି ନିଆଁ ଲିଭାଇ ଥିଲେ।ବସ ମାଲିକ ରମେଶ ପୁଜାରୀ ଖବର ପାଇ ଟିକିରି ଥାନା ରେ ଏଫ,ଆଇ,ଆର ଦାୟାର କରିଛନ୍ତି।ବସଟି ଉତ୍କଳ ଆଲୁମିନା ର ଏକ ମେଣ୍ଟନାସ୍ସ କମ୍ପାନୀ ର କର୍ମଚାରୀ ମାନଙ୍କୁ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ହୋଇଥିଲା।
ଗତକାଲି ରାତିରେ ୧୧ଟା ସମୟରେ ଆସି ପହଞ୍ଚିଥିଲା।ଗତ କିଛି ଦିନ ପୂର୍ବରୁ କାଶିପୁର ମାଣିକେଶ୍ବରୀ ମନ୍ଦିରରେ ଛିଡା ହୋଇଥିବା ଗୋଟିଏ ବସକୁ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ପୋଲିସ ପେଟ୍ରଲିଙ୍ଗ ଠିକ୍ ଠାକ୍ ହୋଇନଥିବାରୁ ବାରମ୍ବାର କାଶିପୁର ବ୍ଲକ ରେ ଏପରି ଘୋଟଣା ଘୋଟୁଛି ବୋଲି ସାଧାରଣରେ ଆଲୋଚନା ହୋଉଛି।

related posts

Leave a Comment