ସୋନପୁର-ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ ଅପେକ୍ଷା ରହିଛି। ଏନେଇ ରାଜନୈତିଜ ଦଳମାନେ ତୃଣମୂଳସ୍ତରର ସଂଗଠନ ସଜାଡିବା ସହ ଛାମୁଆ ସଂଗଠନମାନେ ସକ୍ରିୟ ହେଉଛନ୍ତି। ଏ ନେଇ ସୋନପୁର ସହର ଘୋଡାଘାଟପଡ଼ା କଲ୍ୟାଣ ମଣ୍ଡପରେ ଜିଲ୍ଲା ମହିଳା ବିଜେଡିର ଏକ କର୍ମକର୍ତ୍ତ। ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟବେଷକ ଭାବେ ପ୍ରଭାସିନୀ ନନ୍ଦ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷର ମହିଳା ଉନ୍ନିତି ସକାଶେ କାର୍ଯ୍ୟକରୁଥିବାର ଯୋଜନା ଉପରେ ଆଲୋକପାତ କରିଥିଲେ।ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ବେଳେ ମହିଳାମାନେ ସକ୍ରିୟ ଅଂଶଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ବାରୋପ କରି ଦଳୀୟ କର୍ମକର୍ତ୍ତାମାନେ ତୃଣମୂଳ ସ୍ତରରେ ମହିଳାକୁ ସୁସଙ୍ଗଠିତ କରିବାକୁ ଆହ୍ନାନ ଦେଇଥିଲେ। ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପଦ୍ମିନୀ ବଘାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ସୌଦାମିନୀ ଜେନା , ସୋନପୁର ବ୍ଲ୍କ୍କକ ଅଧ୍ୟକ୍ଷା ମନ୍ଦାକିନୀ ନାଗ, ତରଭା ବ୍ଲକ ଅଧ୍ୟକ୍ଷା ସସ୍ମିତା ମଲ୍ଲିକ , ରାଜ୍ୟ ଅନୁ ସ୍ଵଚିତ ଜାତିସେଲ ସଂପାଦିକା ଗୀତାଞ୍ଜଳି ସା , ସୁବର୍ଣ୍ଣପୁର ପୌରାଞ୍ଚଳ ସଭାପତି ରିତାଞ୍ଜଳୀ ପାତ୍ର , ତରଭା ବ୍ଳକ ସଭାନେତ୍ରୀ ପ୍ରଭାସିନୀ ମିଶ୍ର, ସୋନପୁର ବ୍ଲକ ସଭାନେତ୍ରୀ ଅମିତା ମେହେର , ପୂର୍ବତନ ପୌରା ଉପାଧକ୍ଷା ତାମସୀ ତାମସିକା ନାୟକ ପ୍ରମୁଖ ଯୋଗ ଦେଇ ମହିଳାଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ଆଗାମୀ ନିର୍ବାଚନ ଦଳକୁ ଆହୁରି ଶକ୍ତିଶାଳୀ କରିବାପାଇଁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ନଗର ସଭାପତି ଜନ୍ମଜୟ ପାତ୍ର ପରିଚାଳନା କରିଥିବା ବେଳେ ଏଥିରେ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ , ରାଜ୍ୟ ଅନୁସୂଚିତ ଜାତିସେଲ ସଂପାଦକ ଅଭିମନ୍ୟୁ କୁଶଲ ,ଜିଲ୍ଲା ଉପସଭାପତି କଇରୁ ସ୍ଵାଇଁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶାଶ୍ଵତ ମିଶ୍ର, ଜିଲ୍ଲା ସଂପାଦକ ମାନ ଭଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଦଳୀୟ ସଂଗଠନ ଆହୁରି ସକ୍ରୀୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।
ଛାମୁଆ ସଂଗଠନ ସକ୍ରିୟ: ଜିଲ୍ଲା ମହିଳା ବିଜେଡି ସମ୍ମିଳନୀ
Share with