Home Breaking News ବାଇଡେନଙ୍କ ଚେତାବନୀ, ୨୪ରୁ ୩୬ ଘଂଟା ମଧ୍ୟରେ କାବୁଲରେ ହେବ ଆଉ ଏକ ବିସ୍ଫୋରଣ

ବାଇଡେନଙ୍କ ଚେତାବନୀ, ୨୪ରୁ ୩୬ ଘଂଟା ମଧ୍ୟରେ କାବୁଲରେ ହେବ ଆଉ ଏକ ବିସ୍ଫୋରଣ

by Times One Odia
Share with
     
 
 
   

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଖୁଲାସା । ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆମେରିକା ସେନା ଓ ନାଗରିକଙ୍କ ଉପରେ ଆଗାମୀ ୨୪ରୁ ୩୬ ଘଂଟା ମଧ୍ୟରେ ହେବ ଆଉ ଏକ ଆକ୍ରମଣ । ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ସତର୍କ କରାଇଛନ୍ତି । ଜଣେ ସୈନ୍ୟ ଅଧିକାରୀଙ୍କ ସୂଚନା ଆଧାରରେ ବାଇଡେନ ସତର୍କ କରାଇବାକୁ ଯାଇ କହିଛନ୍ତି , କାବୁଲରେ ୨୪ରୁ ୩୬ ଘଂଟା ମଧ୍ୟରେ ଆଉ ଏକ ବିସ୍ଫୋରଣ ହେବ । ଏହାକୁ ନେଇ ବାଇଡେନ ଆମେରିକା ନାଗରିକଙ୍କୁ କାବୁଲ ବିମାନ ବନ୍ଦର ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଆମେରିକା ରାଷ୍ଟ୍ରପତି ଏହା ବି ସ୍ପଷ୍ଟ କରିଛନ୍ତି, ସ୍ଥିତି ଯେତେ ବି ଭୟଙ୍କର ରହୁ , ଆଫଗାନିସ୍ତାନରୁ ଲୋକଙ୍କୁ ବାହାର କରିବା କାମ ଜାରି ରହିବ ।

     ଅଗଷ୍ଟ ୨୬ ତାରିଖ ରାତିରେ କାବୁଲ ବିମାନ ବନ୍ଦରରେ ଆଇଏସଆଇଏସ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୭୦ ଜଣଙ୍କ ଜୀବନ ଗଲାଣି । ଏହାର ପ୍ରତିଶୋଧ ନେବାକୁ ଆମେରିକା ଡ୍ରୋନ୍ ଆକ୍ରମଣ କରି ଏହି ବିସ୍ଫୋରଣର ଷଡଯନ୍ତ୍ରକାରୀକୁ ହତ୍ୟା କରିଥିବା ସ୍ପଷ୍ଟ କରିଛି ପେଂଟାଗନ ।

related posts

Leave a Comment