Home Breaking News / ତାଜା ଖବର ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ

ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ (ସୁନୀଲ ପଟନାୟକ): ଶନିବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତ ରେଆସି ଶନିବାର ଦୁଇଟା ବେଳେ ସର୍କିଟ ହାଉସ ରେ ପହଂଚିଥିଲେ l
ଭୁବନେଶ୍ୱର ରୁ କାର ଯୋଗେ ଆସି ସର୍କିଟ ହାଉସ ରେ ପହଂଚିକିଛି ସମୟ ବିଶ୍ରାମ ନେଇ ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସର୍ତ୍ତାଗୁଡା ଠାରେ ନିର୍ମିତ ଵୃଦ୍ଧାଶ୍ରମ ବୁଲି ଦେଖିଥିଲେ l ପରେ ସନ୍ଧ୍ୟା ରେ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ସମୀକ୍ଷା କରିବା ସହଗ୍ରାମାଞ୍ଚଳ ର ଲୋକମାନେ ଯେପରିସରକାରୀ ଯୋଜନା ଗୁଡିକର ସୁଫଳ ଯେପରି ପାଇପାରିବେ ସେଥିପ୍ରତି ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବାଲାଗି ଅଧସ୍ତନ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ lଅନ୍ୟ ମାନଙ୍କ ମଧ୍ୟରେ ରେ କନ୍ଧମାଳ ଜ଼ିଲ୍ଲାପାଳ ଡା. ଵୃନ୍ଦା ଡ଼ି. ଅତରିକ୍ତ ଜ଼ିଲ୍ଲାପାଳ ବସନ୍ତ ସାହୁ, ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ, ଉପ ଜ଼ିଲ୍ଲାପାଳ ଶେଷ ଦେବ ମିଶ୍ର.ବାଲିଗୁଡା ଉପ ଜ଼ିଲ୍ଲାପାଳ ଡା, ଶୁଭଙ୍କର ମହାପାତ୍ର ଙ୍କ ସମେତ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
ସେହିପରି ଆସନ୍ତା କାଲି ରବିବାର ମୁଖ୍ୟ ଶା ସନ ସଚିବ ଶ୍ରୀ ମହାପାତ୍ର , ମେଡିକାଲ କଲେଜ,ସ୍ମାର୍ଟ ସ୍କୁଲ, ନିର୍ମାଣ କାର୍ଯ୍ୟ ଆଦି ବୁଲି ଦେଖିବା ପରେ ଅପରାହ୍ନ ରେ ଫେରିଯିବା କାର୍ଯ୍ୟକ୍ରମ ରହିଛି

related posts

Leave a Comment