ସୋନପୁର: ସୋନପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ବିଭାଗ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋନପୁର, ତରଭା, ଡୁଙ୍ଗୁରିପାଲି ବ୍ଲକ ସହ ସୋନପୁର ମ୍ୟୁନିସିପାଲିଟି, ତରଭା ଏନଏସି, ଏବଂ ବିନିକl( ଆଂଶିକ) ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳ ଏବଂ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେl
କମିଟିର ଆବାହକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସୁବର୍ଣ୍ଣପୁର, ଡ଼ୋଲାମଣି ପଟେଲ୍ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ l ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଜିଲ୍ଲାର ସମସ୍ତ ବିକାଶମୂଳକ କାର୍ଯ୍ୟ ଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ ଅତିଶୀଘ୍ର ସମ୍ପନ୍ନ କରିବା ଉପରେ ଗୁରୁତ୍ଵ ଦେଇଥିଲେ lଜନକଲ୍ୟାଣକାରୀ ଯୋଜନା ଯଥା ମଧୁବାବୁ ପେନସନ ଯୋଜନା, ବାର୍ଦ୍ଧକ୍ଯ ଏବଂ ବିଧବା ଭତ୍ତା ଇତ୍ୟାଦିରେ ହିତାଧିକାରୀଙ୍କ ମୃତ୍ୟୁ ଯୋଗୁଁ ଖାଲି ହେଉଥିବା ସ୍ଥାନ ସବୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ମାନ୍ୟବର ମନ୍ତ୍ରୀ ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅନୁଦାନ ରାଶିର ଉପଯୋଗ କରି ସବୁ ପ୍ରକଳ୍ପ ସମାପ୍ତ କରିବା ପାଇଁ ଯତ୍ନଶୀଳ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ |
ଗ୍ରାମ୍ୟlଞ୍ଚଳ ଗୁଡିକରେ ପିଇବା ପାଣି ଯୋଗାଣ ନିମନ୍ତେ ଆର ଡବ୍ଲୁ ଏସ ଏସ ବିଭାଗ ତରଫରୁ ଖୋଳା ଯାଇଥିବା ରାସ୍ତାକୁ ତୁରନ୍ତ ଆବଶ୍ୟକ ମରାମତି ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଛନ୍ତି l ନୂତନ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟଶେଷ କରିବା ତଥା ଅଚଳ ପ୍ରକଳ୍ପ ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ |
ଉକ୍ତ ସମୀକ୍ଷା ବୈଠକରେ ଶିକ୍ଷା ,ସ୍ୱାସ୍ଥ୍ୟ , କୃଷି, ଜଳସେଚନ, ଗମନାଗମନ ଇତ୍ୟାଦି ସମସ୍ତ ବିଭାଗର କାର୍ଯାବଳି ତଥା ଅଗ୍ରଗତି ର ସମୀକ୍ଷା କରାଯାଇଥିଲା | ଏହି ବୈଠକରେ ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଉପ ନିର୍ଦେଶକ ଯୋଜନା ଓ ସମନ୍ୱୟ ସୁକାନ୍ତ କୁମାର ଜେନା, ବିଭିନ୍ନ ବିଭାଗର ପଦାଧିକାରୀ, ବିଭିନ୍ନ ବ୍ଲକ ଅଧ୍ୟକ୍ଷ୍ୟ ଅଧ୍ୟକ୍ଷl, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।