Home Breaking News / ତାଜା ଖବର ମନ୍ତ୍ରୀ ଜଗନାଥ ସରକାଙ୍କ ଇସ୍ତଫା ଦାବିରେ ଭାଜପାର କୁଶ ପୁତଳିକା ଦାହ ଓ ବିକ୍ଷୋଭ

ମନ୍ତ୍ରୀ ଜଗନାଥ ସରକାଙ୍କ ଇସ୍ତଫା ଦାବିରେ ଭାଜପାର କୁଶ ପୁତଳିକା ଦାହ ଓ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଓଡିଶା ରାଜ୍ୟ ସରକାର ଙ୍କ ଜାତି ଅନୁସୂଚିତ ଜନ ଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ରାୟଗଡ ଅବକାରୀ ବିଭାଗ ର କଳା ସାମ୍ରାଜ୍ୟ ରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିବା ପରେ ଜିଲା ବିଜେପି କ୍ରିୟାଶୀଳ ହୋଇ ବିକ୍ଷୋଭ କରିଛି। ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ନଗର ସଭାପତି ଶ୍ୟାମ କୁମାର ଦାଶ ଙ୍କ ତତ୍ୱାବଧାନ ରେ ନଗର ଯୁବ ମୋର୍ଚ୍ଚା ନଗର ସଭାପତି ରାଜେଶ ପାଣିଗ୍ରାହୀ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲଷ୍ମୀ ଙ୍କ ନେତୃତ୍ୱ ରେ ଆଜି ମନ୍ତ୍ରୀ ଙ୍କ ବହିଷ୍କାର ଦାବି କରିବା ସହତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଉପରେ ଚାପ ପକାଇବାକୁ ଚେଷ୍ଟା କରିଚି।ଅଭିଯୋଗ କରିଣୀଙ୍କୁ ସୁରକ୍ଷା ଯୋଗାଇଦେବା ସହ ତାଙ୍କ ବୟାନ କୁ ଭିତି କରି ଅଭିଯୁକ୍ତକୁ ଜେରା କରି ସତ୍ୟ ଉନ୍ମୋଚନ କରିବାକୁ ଜନ ସାଧରଣଙ୍କୁ ଅବଗତ କରନ୍ତୁ ସରକାର ଏହା ଯଦି କରାନଯାଏ ତାହେଲେ ସରକାର ଙ୍କୁ ଆଗାମୀ ଦିନରେ ଜନତା ତାର ଉଚିତ ଜବାବ ଦେବେ। ଏହି ଅଭିଯୋଗ ହେବା ଦିନରୁ ଏହାର ସତ୍ୟା ସତ୍ୟ ଜାଣି ସାଧରଣଙ୍କୁ ସରକାର ଅଵଗତ କରାଇବା ପାଇଁ ଦାବୀ ଉଠୁଛି।ସରକାରଙ୍କ ବହୁବଳୀ ମନ୍ତ୍ରୀ ମାନେ ଅପରାଧୀଙ୍କ ନେପଥ୍ୟରେ ରହି କଳା ସାମ୍ରାଜ୍ୟ ଚଳାଉଠୁବାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି ତେଣୁ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ନଗର ଭାଜପା ଦାବୀ କରିଛି। ନଗର ର ବହୁ ବିଜେପି କର୍ମୀ ବିକ୍ଷୋଭ ଏବଂ କୁଶପୁତ୍ତଳିକା ଦାହ କରିଥିଲେ. ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ରାୟଗଡ ବିଧାୟକ ପାର୍ଥୀ ଶ୍ରୀ ବସନ୍ତ କୁମାର ଉଲ୍ଲାକା, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ମଞ୍ଜୁଳା ମିନିୟାକା, ବିଭୀଷଣ ପାଣି, ସନ୍ତୋଷ ହିକକା ଉପସ୍ଥିତ ଥିଲେ.।

related posts

Leave a Comment