Home Breaking News / ତାଜା ଖବର କନ୍ଧମାଳରେ ୭୪କୋଟି ବିଦ୍ୟୁତ ଦେୟ ଆଦାୟ ନ ହୋଇପଡିଛି: ଲାଇନ କାଟିବ ବିଭାଗ

କନ୍ଧମାଳରେ ୭୪କୋଟି ବିଦ୍ୟୁତ ଦେୟ ଆଦାୟ ନ ହୋଇପଡିଛି: ଲାଇନ କାଟିବ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲାରେ ୭୪ କୋଟି ବିଦ୍ୟୁତ ଦେୟ ବିଲବାକି ରହିଛି । ଆଦାୟ ହୋଇପାରୁନି ।
ଉପଭୋକ୍ତ । ମାନେ ନିୟମିତବିଲ ପଇଠ କରୁନାହାନ୍ତି । ଫଳରେ ଗତ ମାସରୁ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ଏବେ ବକେୟା ଥିବା ବିଦ୍ୟୁତ ଉପଭୋକ୍ତାମାନଙ୍କ ଲାଇନ କାଟିବ ବୋଲି କହିଛି । ସେହିପରି ମିଟର ବନ୍ଦ ଥିବା ଉପଭୋକ୍ତାମାନଙ୍କ ଘର କୁଘର ବୁଲି ନୂଆ ଡିଜିଟାଲ ମିଟର ବସାଉଛି କଂପାନୀ। ଫଳରେ ଅଧିକ ବିଦ୍ୟୁତ ବ୍ୟବହାର କରି କମ ପଇସା ବି ଲଦେଇ ଠକୁଥିବା ଗ୍ରାହକ ହରଡଘଣାରେ ପଡିଛନ୍ତି । ସେହିପରି ଅନ୍ୟ ଏକ ଚେକିଙ୍ଗ ବା ଭିଜିଲାନ୍ସ ସ୍କାଡମଧ୍ଯ କର୍ମଚାରୀଙ୍କୁ ଲାଞ୍ଚ ଦେଇ ମିଟର ବାଇପାସ କରି ବିଦ୍ୟୁତ ଠକୁ ଥିବା ଗ୍ରାହକମାନଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରିବା ସଙ୍ଗେ ମାମଲା ମଧ୍ୟ କରିବ। ଜିଲ୍ଲାରେ ଘରୋଇ ଉପଭୋକ୍ତ । . ବାଣିଜିକ ପ୍ରତିଷ୍ଠାନ ଓ ଏ ଲଆଇସି ମିଶି ୭୪ କୋଟି ଟଙ୍କା ବକେୟା ପଡିଥିବା କଥା ବିଦ୍ୟୁତ ବିଭାଗନିର୍ବାହୀ ଯନ୍ତ୍ରୀ
ଇଂ ଏମକେ ମହାନ୍ତି କହିଛନ୍ତି ।
ସେଥିମଧ୍ୟରୁ ଘରୋଇ ଉପଭୋକ୍ତାଙ୍କ ଉପରେ ୬୨ କୋଟି ବକେୟା ଥିବାବେଳେ ବାଣିଜ୍ୟ ପ୍ରତିଷ୍ଠାନ ଉପରେ ସାତ କୋଟି ଓ ଉଠା ଜଳସେଚନ ପ୍ରକଳ୍ପ ବିଭାଗରେ ୩ କୋଟି ଟ ଙ୍କାବକେୟା ଥିବା ନିର୍ବାହୀ ଯନ୍ତ୍ରୀ ଟିପିଏସ ଡିଓଏଲ,କନ୍ଧମାଳ ଇଂ ମହାନ୍ତି ସୂଚନା ଦେଇଛନ୍ତି । ଜିଲ୍ଲାରେ ବିଶେଷକରି ଫିରିଙ୍ଗିଆ, ବାଲିଗୁଡ଼ା ଓ ତୁମୁଡିବନ୍ଧ ବ୍ଲକ ରେ ବକେୟା ଅଧିକ । ରହିଥିବା କଥା ଇଂ ମହାନ୍ତି କହିଛନ୍ତି ।
ଫଳରେ ଦୀର୍ଘବର୍ଷ ଧରି ବକେୟା ଥିବା ଉପଭୋକ୍ତାମାନେ ତୁରନ୍ତ ସେମାନଙ୍କ ବକେୟା ଟଙ୍କା ପଇଠ ନ କଲେ ବିଦ୍ୟୁତ ଲାଇନ ବିଛି ନ୍ନ
କରାଯିବ ବୋଲି ସେ ଆହୁରି କହିଛନ୍ତି ।

related posts

Leave a Comment