Home Breaking News / ତାଜା ଖବର ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ

ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂଘ ପକ୍ଷରୁ ଆବାହକ ତଥା ରାଜ୍ୟ ସଭାପତି ମନୋଜ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ମା’ଶାଙ୍କୁଳାଇ ମନ୍ଦିର ପରିସରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ବ୍ରାହ୍ମଣ ସମିତିର ବୁଗୁଡା ବ୍ଳକ ସଭାପତି କାଳି ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଭୂତି ଭୂଷଣ ମିଶ୍ର ଯୋଗଦେଇ ଥିଲେ । ଏହି ଅବସରରେ ନିକଟସ୍ଥ ସଦାଶିବ ପୁର ଶାସନର କୋଡିଏରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସଦସ୍ୟତା ରୂପେ ଗ୍ରହଣ କରିଥିଲେ ଏବଂ ତା’ସହ ବୁଗୁଡା ବ୍ଳକର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ତ୍ରିଲୋଚନ ପଣ୍ଡା ଓ ସ୍ବେଚ୍ଛାସେବୀ ବିପିନ ବିହାରୀ ପରିଡାଙ୍କୁ କରୋନା ଯୋଦ୍ଧା ରୂପେ ଅନୁଷ୍ଠାନ ପକ୍ଷରୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ଅତିଥି ମାନେ ସମାଜକୁ କିପରି ଭାବରେ ଆଦର୍ଶ ସମାଜ ରୂପେ ଗଢିତୋଳିବା ପାଇଁ ମତବ୍ଯକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଦୁର୍ଗା ମାଧବ ପାଣି ଓ ଦିଲ୍ଲୀପ କୁମାର ଦାଶ ସୁପରିଚାଳନା କରିଥିଲେ ।

related posts

Leave a Comment