Home Breaking News / ତାଜା ଖବର ଜଳଭଣ୍ଡାରରେ ଦୃଶ୍ୟମାନ ହେଲା 127 ବର୍ଷ ତଳର ମନ୍ଦିର ଚୁଡା

ଜଳଭଣ୍ଡାରରେ ଦୃଶ୍ୟମାନ ହେଲା 127 ବର୍ଷ ତଳର ମନ୍ଦିର ଚୁଡା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର(ସୁରେଶ କୁମାର ସୁବୁଦ୍ଧି): ଗଞ୍ଜାମ ଭଞ୍ଜନଗର ଜଳଭଣ୍ଡାରରେ ଦୃଶ୍ୟମାନ ହେଲା 127 ବର୍ଷ ପୂର୍ବେ ବୁଡି ରହିଥିବା ବିଶ୍ୱନାଥ ମହାଦେବଙ୍କ ମନ୍ଦିର ଚୁଡା।ଚଳିତ ବର୍ଷ ନିଆଣ୍ଟିଆ ବର୍ଷା କାରଣରୁ ଗଞ୍ଜାମ ଜିଲ୍ଲାରେ ଥିବା ଜଳଭଣ୍ଡାର ଗୁଡିକରେ ଜଳସ୍ତର ମାତ୍ରାଧିକ ପରିମାଣରେ କମି ଯାଇଛି।ଯାହା ଦ୍ୱାରା ଅନେକ ସ୍ଥାନରେ ଜଳ ଅଭାବରୁ ଚାଷ କାମ ଆଗେଇ ପାରିନି।
ଆପଣ ଦେଖୁଥିବା ଜଳଭଣ୍ଡାରଟି ବ୍ରିଟିଶ ଶାସନ ଅମଳରେ ନିର୍ମାଣ ହୋଇଥିଲା।ଜଳଭଣ୍ଡାର ହେବା ପୂର୍ବରୁ ଏଠାରେ ଛେଦଭୂମି ଗାଁ ରହିଥିଲା।ବସତି ରହିବା ସହିତ ବିଶ୍ୱନାଥ ନାଥ ମହାଦେବଙ୍କ ମନ୍ଦିର ମଧ୍ୟ ରହିଥିଲା ।ପରେ ସ୍ଥାନିୟ ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ଆଜିକୁ 127 ବର୍ଷ ପୂର୍ବେ ବ୍ରିଟିଶ ଶାସକ ରସେଲ ସାହେବଙ୍କ ନିର୍ଦେଶରେ ଛେଦଭୂମି ଗାଁକୁ ସ୍ଥାନାନ୍ତର କରାଯାଇ ଜଳ ଭଣ୍ଡାର ନିର୍ମାଣ ହୋଇଥିଲା।ଯାହାର ନାମ ଥିଲା ରସଲକୋଣ୍ଡା।ପରବର୍ତ୍ତୀ ସମୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏହାକୁ ଭଞ୍ଜନଗର ଜଳଭଣ୍ଡାର ଭାବେ ନାମକରଣ କରାଯାଇଛି।ଆଜିଯାଏଁ କେବେବି ପାକୃତିକ ଉପାୟରେ ଜଳସ୍ତର କମି ନଥିଲା କି ମନ୍ଦିରର ଦଧିନଉତି ଦେଖିବାକୁ ମିଳିନଥିଲା।ଜଳଭଣ୍ଡାର ଶୁଖିଯିବା ନିଶ୍ଚିତ ମରୁଡ଼ିର ପଦଧ୍ଵନି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।
ଭଞ୍ଜନଗର ଠାରେ ଜଳଭଣ୍ଡାର ନିର୍ମାଣ ହେବା ପରଠୁ ଅଂଚଳରେ ମରୁଡି ଭଳି ସମସ୍ୟା ଦେଖିବାକୁ ମିଳିନାହିଁ।କାରଣ ଭଣ୍ଡାରର ଜଳଧାରଣ କ୍ଷମତା 5766 ହେକ୍ଟୋମିଟର ରହିଛି।ଏହା ଆଖ ପାଖ ଅଂଚଳର ଅଧିକାଂଶ ଜମିକୁ ଜଳ ସେଚିତ କରିପାରୁଛି।କିନ୍ତୁ ଚଳିତ ବର୍ଷ କମ ବର୍ଷା ହେବାରୁ ଭଞ୍ଜନଗର ଉପଖଣ୍ଡ ସମସ୍ତ ବ୍ଲକ୍ ରେ ଚାଷ କାର୍ଯ୍ୟ ଆଗେଇ ପାରିନି।ଖୁବ କମ ସ୍ଥାନରେ ଧାନ ରୁଆ ସାରିଥିବା ବେଳେ ଅଧିକାଂଶ ଜମି ଚାଷ ନହୋଇ ପଡିଆ ପଡିଛି।ଲେମ୍ଭେଇ ପଞ୍ଚାୟତ ରେ ଉଠାଜଳସେଚନ ଓ କେନାଲ ର ସୁବିଧା ନଥିବା ଯୋଗୁଁ ଚାଷ କାର୍ଯ୍ୟ ହୋଇନଥିବା କହିଛନ୍ତି ଚାଷୀ।
ଅନ୍ୟପଟେ ଜଳସେଚନ ବିଭାଗ ନିର୍ବାହ ଯନ୍ତ୍ରୀ କହିଛନ୍ତି ଗତ ବର୍ଷ ଅପେକ୍ଷା ଏହି ବର୍ଷ 40 ପ୍ରତିଶତ କମ ବର୍ଷା ହୋଇଛି।ତେଣୁ ଜଳ ଭଣ୍ଡାରରେ ଜଳ ସଙ୍କଟ ଦେଖାଦେଇଛି।

related posts

Leave a Comment