Home Breaking News / ତାଜା ଖବର ସମଗ୍ର ପାଟଣାଗଡ଼ ଉପଖଣ୍ଡକୁ ମରୁଡ଼ି ଘୋଷଣା ପାଇଁ ବିଜେପି ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ

ସମଗ୍ର ପାଟଣାଗଡ଼ ଉପଖଣ୍ଡକୁ ମରୁଡ଼ି ଘୋଷଣା ପାଇଁ ବିଜେପି ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ରେ ଭୟାବହ ମରୁଡି ଦେଖାଦେଇ ଥିବାରୁ ରାଜ୍ୟ ସରକାର ତୁରନ୍ତ ମରୁଡି ଅଞ୍ଚଳ ଭାବେ ଘୋଷଣା ପାଇଁ ପାଟଣାଗଡ଼ ବିଜେପି ତରଫରୁ ଦାବି କରିବା ନେଇ ସ୍ଥାନୀୟ ପଞ୍ଚ ମୁଖୀ ହନୁମାନ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପାଟଣା ମହାରାଜା କନକ ବର୍ଦ୍ଧନ ସିଂହଦେଓ ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଅଫିସ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ 6 ଦଫା ସମ୍ବଳିତ ଦାବିପତ୍ର ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷଣ ବାଗ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଜିଲ୍ଲା ପ୍ରଭାରୀ କିଶୋର ହୋତା ବଲାଙ୍ଗିର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁନାୟକ ବେଳପଡା ବ୍ଲକ ଅଧ୍ୟକ୍ଷ ବଜୟନ୍ତି ପାଣିଗ୍ରାହୀ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷ ପୂର୍ଣମାସି ବରିହା ସହ ସମସ୍ତ ବିଜେପି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଓ ମଣ୍ଡଳ ସଭାପତି ଓସମସ୍ତ ସକ୍ରିୟ ସଭ୍ୟ ମାନେ ଯୋଗ ଦେଇ ସ୍ଥାନୀୟ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ସରକାର ତୁରନ୍ତ ପାଟଣାଗଡ଼ କୁ ମରୁଡି ଅଞ୍ଚଳ ଘୋଷଣା କରିବାପାଇଁ ଦାବି କରିଥିଲେ। ବର୍ତ୍ତମାନ ପାଟଣାଗଡ଼ ର 3ଟି ବ୍ଲକରେ ଅଭାବୀ ସାର ବିକ୍ରି ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉ ନ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ସରକାର ସାର ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚାଷୀମାନଙ୍କ ଫସଲବୀମା ଜାଲିଆତି କରୁଥିବା ଏକ ରାକେଟ ଚଳାଇଥିବା ବ୍ୟକ୍ତିଙ୍କଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

related posts

Leave a Comment