Home Breaking News / ତାଜା ଖବର କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦଭାବନା ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦଭାବନା ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ୨୦୦୮ ସ୍ୱାମୀ ଲକ୍ଷଣୀ ନନ୍ଦ ସରସ୍ଵତୀ ହତ୍ୟା ଓ ପରବର୍ତ୍ତୀ ସଂପ୍ରଦାୟିକ ଦଙ୍ଗା ରେ କ୍ଷତିଗ୍ରସ୍ତ ଲୋକଙ୍କୁ ଏଯାଏ ନ୍ୟାୟ ମିଳିନଥିବା ଅଭିଯୋଗ କରି ଶୁକ୍ରବାର କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦଭାବନା ସମାଜ ପକ୍ଷରୁ ୧୭ଦଫା ଦାବୀ ପୁରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ସଂପ୍ରଦାୟୀ କ ଦଙ୍ଗା ଘଟଣାର ଆଜିକୁ ଦୀର୍ଘ ୧୩ବର୍ଷ ବିତିଯାଇଥିଲେ ମଧ୍ଯ ନ୍ୟାୟ ପାଇପାରିନ ଥିବା ସଂଗଠନର ଆବାହକ ପ୍ରସନ୍ନ ବିଷୋୟୀ ଓ ସଭାପତି ବିପ୍ରଚରଣ ନାୟକ କହିଛନ୍ତି ।
ଦାବୀ ଗୁଡିକ ମଧ୍ୟରେ ରହିଛି ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ପରେ ମଧ୍ୟ୩୧୫ଟି ବଙ୍ଗା ମାମଲାରିଓ ପେନିଙ୍ଗହୋଭନ ଥିବା, ଓ ନ୍ୟାୟ ମିଳିନଥିବା, ମାମଲାରେ ଦୋଷୀ ସାବ୍ୟସ୍ତ ନ ହୋଇ ଖଲାସ ହୋଇ ଥିବା ମାମଲା ପୁନର୍ବାର ରିଭ୍ୟୁ କରିବା,ଘଟଣାରେ ପରୋକ୍ଷରେ ସଂପୃକ୍ତି ଥିବା ସରକାରି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟ।ନୁଷ୍ଠାନ,
ରାଇକିଆ ଓ ଜିଉଦୟଗିରି ବ୍ଳକ କୁମାଇନର ଟିକନସେନ ଟ୍ରେଟ ଡ(ଏମ.ସିବି)ବ୍ଳକ ଘୋଷଣା, ରାଜ୍ୟମାଇନର ଟି କମିଶନ ପ୍ରତିଷ୍ଠା, ଆଦି ଦାବୀ ଅନ୍ତଭୁକ୍ତ ।

related posts

Leave a Comment