ରାଇକିଆ: ରାଜ୍ୟ ସରକାରଙ୍କ ୫ ଟି ଯୋଜନାରେ ସ୍ଥାନୀୟ ବିଜୟ ଉଚ୍ଚ ବିଦ୍ୟାଳୟ ଅନ୍ତର୍ଭୁକ୍ତ ହୋଇଛି। ଏନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କନ୍ଧମାଳ ଜିଲ୍ଲା ପାଳ ଡ଼ ବୃନ୍ଦା ଡି। ଏହାପରେ ଜୋରଦାର କାର୍ଯ୍ୟ ଚାଲୁରହିଛି। ଗୁରୁବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବ ରଞ୍ଜନ ନାୟକ ରାଇକିଆ ଗସ୍ତରେ ଆସି ବିଜୟ ହାଇସ୍କୁଲ ପରିଦର୍ଶନ ଆସିଥିଲେ।୫ ଟିରେ ସ୍କୁଲ୍ ର ରୁପାନ୍ତର ସହ ଛାତ୍ରଛାତ୍ରୀଙ୍କ ପାଠ ପ୍ରତି ଆଗ୍ରହକୁ ଦ୍ଵିଗୁଣିତ କରିବା ପାଇଁ ସ୍କୁଲ ପରିବେଶର ରୁପାନ୍ତର ଏବଂ ରୁପରେଖା ବଦଳାଇବା ପାଇଁ ଲକ୍ଷାଧିକ ବ୍ୟୟ ଅଟକଳ ମୂଲ୍ୟରେ ଉନ୍ନତମାନର ଶ୍ରେଣୀ ଗୃହ, ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ, ଇ-ଲାଇବ୍ରେରୀ ,ସାଇନ୍ସ ଲ୍ୟାବ,ବିଶୁଦ୍ଧ ପାନୀୟ ଜଳ ଡାଇନିଂ ହଲ୍, ଟୟାଲେଟ୍, ଖେଳପଡିଆ ପ୍ରଶସ୍ତି କରଣ ସହ ଆବଶ୍ୟକ ଜରୁରୀ ଭିତ୍ତିଭୂମିର ବ୍ୟବସ୍ଥାର ନିର୍ମିଣ ଜାରି ରହିଥିବାକୁ ବୁଲି ତଦାରଖ କରିଥିଲେ।
ଏହି ଗସ୍ତରେ ରାଇକିଆ ବିଡ଼ିଓ ସ୍ମରଣିକା ଟୁଲୋଙ୍କ ସହ ବ୍ଲକ୍ ର ଏପିଓ,ପିଇଓ, ବିଭିନ୍ନ ବିଭାଗର ସହକାରୀ ଓ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀ ଏବଂ ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏଠାରେ ସୂଚନା ଥାଉକି କିଛି ପୁର୍ବରୁ କନ୍ଧମାଳ ଜିଲ୍ଲାପାଳ ବିଦ୍ୟାଳୟ ଗସ୍ତରେ ଆସି କାର୍ଯ୍ୟ ତଦାରଖ କରିଥିଲେ। ରାଜ୍ୟ ସରକାର ଙ୍କ ୫ ଟି ଦାୟିତ୍ଵରେ ଥିବା ସଚିବ ଭି କେ ପାଣ୍ଡିଆନ୍ ରାଇକିଆ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଏବଂ ସ୍କୁଲ୍ ର ସମସ୍ତ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ସୁଦ୍ଧା ସମାପ୍ତ କରିବାକୁ କୁହାଯାଇଛି।
ସ୍ମାର୍ଟ ବିଦ୍ୟାଳୟ ପରିଦର୍ଶନରେ ପ୍ରକଳ୍ପ ନିର୍ଦ୍ଦେଶକ
Share with
previous post