Home Breaking News / ତାଜା ଖବର ଡ୍ରାଇସେଲ ଘାସ ମରା କୀଟ ନାଶକ ଔଷଧ ବ୍ୟବହାର ଯୋଗୁ ଲୋପ ପାଉଛି ସବୁଜିମା: ନିରବ ଦ୍ରଷ୍ଟା ସାଜିଛି ବିଭାଗ

ଡ୍ରାଇସେଲ ଘାସ ମରା କୀଟ ନାଶକ ଔଷଧ ବ୍ୟବହାର ଯୋଗୁ ଲୋପ ପାଉଛି ସବୁଜିମା: ନିରବ ଦ୍ରଷ୍ଟା ସାଜିଛି ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଜିଲ୍ଲା ଅଟେ । ଖଣିଜ ସମ୍ପଦ ଯେପରି ଭରପୁର ସେପରି ସବୁଜ ବନାନୀରେ ବି କମ ନୁହେଁ । କିନ୍ତୁ ଜେବେଠାରୁ ଘାସ ମରା କୀଟ ନାଶକ ଆସିଛି ସେବେଠାରୁ ଗ୍ରହଣ ଲାଗି ଯାଇଛି ସବୁଜିମାକୁ। ଡ୍ରାଇସେଲ ନାମକ ଘସମାର ଔଷଧ ଏତେ ମାରାତ୍ମକ କି ଏହାକୁ ସିଞ୍ଚନ କଲେ ଘାସ ଓ ଅନ୍ୟ ତୃଣ ଗୁଳ୍ମ ଗଜା ହୋଇଥିବା ଘଛ ଆଉ ବଞ୍ଚି ପାରୁନାହାନ୍ତି ସମ୍ପୂର୍ଣ ରୂପେ ଜାଳି ଦେଉଛି। କିଛି ବର୍ଷତଳେ ପରିବେଶ ବିତ ଓ କୃଷି ବିଶେଷଜ୍ଞ ମାନେ ଏହା ଉଦ୍ଭିଦ ସମାଜ ପାଇଁ ବିପଦ ଅଟେ ତେଣୁ ଏହାକୁ ସମ୍ପୂର୍ଣ ରୂପରେ ନିଷିଦ୍ଧ ଘୋଷଣା କରାଯାଇଛି, କିନ୍ତୁ ଏହାକୁ କିଛି ସାଧୁ ବ୍ୟବସାଇ ମାନେ ବାମ ମାର୍ଗରେ ଚାଷୀଙ୍କୁ ଚଢା ଦରରେ ଦେଇ ଲୋକଙ୍କ ଠାରୁ ଲୁଟ କରୁଥିବା କିଛି ଚାଷୀ କହିଛନ୍ତି। ନିଜ ନାମକୁ ଗୋପନ ରଖି କେତଜଣ ଚାଷୀ କହିଛନ୍ତିକି ଯଦି କପା ମଞ୍ଜି ନେବ ତାହେଲେ ଘାସ ମରା ଔଷଧ ନେଲେ ମଞ୍ଜି ମିଳିବ ନଚେତ ଦିଆଜିବନି ବୋଲି ଜବର ଦସ୍ତି ଦେଉଥିବା ଜଣାଇଛନ୍ତି।ନିର୍ଧାରିତ ଦର ଠାରୁ ଅଧିକ ନେଉଥୁବା ବେଳେ ତାହାର ସୁଧ ମୂଳ କରି କପା ନେଲା ବେଳେକୁ କାଟି ବଳକା ଅର୍ଥକୁ ମାସ ମାସ ଧରି ବୁଲାଇ ଦେଉଛନ୍ତି। ଜିଲ୍ଲାରେ ଅଣ ଧାନ ଚାଷ ଅଧିକ ଧାନ ଚାଷ କମ କାରଣ ଜଳ ଉତ୍ସ ଥିଲେ ସୁଦ୍ଧା ଜଳ ସେଚନର ସୁବିଧା ନାହିଁ ତେଣୁ ଚାଷୀ ମନେ ଅଧିକ ତର ମାଣ୍ଡିଆ, କୋଲଥ, କାନ୍ଦୁଲ, ବିରି, ମକା ଭଳି ସ୍ୱଳ୍ପ ଜଳ ସେଚିତ ଚାଷ ହୁଏ। କିନ୍ତୁ ଯେବେ ଠାରୁ ଏହି କପା ଚାଷ ବାହାରିଲା ସେବେ ଠାରୁ ଏହା ମିଳିବା କଷ୍ଟକର ହୋଇପଡିଛି ଏଭଳି କି ବିରି, କୋଲଥ ସ୍ୱପ୍ନ ହେଇଯାଇଛି। କହିବାକୁ ଗଲେ ଯେବେ ଠାରୁ ଘାସ ମରା ବାହାରିଲା ସେବେଠାରୁ ଗାଈ ଗୋରୁଙ୍କୁ କଚାରିବାକୁ ଘାସ ମିଳୁନି ଏବଂ ଜଙ୍ଗଲ ମଧ୍ୟ ବାଦ ପଡୁନି ଏବଂ ମାଟି ଦିନକୁ ଦିନ ଟାଣ ହେବାସହ ଉର୍ବରତା ହରାଇ କୃଷି ହିତସଧାନ କରୁଥୁବା ଅନେକ ଯିବ ଜୀବାଣୁ ମରୀ ଯାଉଠୁବା କହିଛନ୍ତି। ତେଣୁ ଏହାକୁ ରୋକିବାରେ ପ୍ରଶାସନ ତତ୍ପର ନ ଦେଖାଏ ତାହେଲେ ଏକ1ମରୁଭୂମି ପଲଟିବା ସାର ବୋଲି ପରିବେଶ ବିତ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏନେଇ ଜିଲ୍ଲା କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ଙ୍କ ସହ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହୋଇ ପାରିନଥିଲା। ଏନେଇ ବିତରକ ପଦ୍ମନାଭ ନେମାଲପୁରୀ ଙ୍କୁ ଫୋନ ଯୋଗେ ପଚାରିବାରୁ ମଞ୍ଜି ସହ ସାର ଔଷଧ ଦିଆଯାଉଛି ଦୁଇ ହଜାର ପ୍ୟାକେଟ ମଞ୍ଜି ଯୋଗାଇ ଦିଆଯାଇଛି। ତାହେଲେଘାସ ମରା ଔଷଧ ତ ସରକାର କୃଷି ବିଭାଗ ନିସିଧ ଘୋଷଣା କରିଛନ୍ତି ତାହା କିପରି ଦେଉଛ ବୋଲି ପଚାରିବାରୁ ଫୋନ କାଟି ସୁଇଛ ଅଫ କରି ଦେଇ ପ୍ରସଙ୍ଗକୁ ଏଡ଼ାଇଯାଇଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି କି ଚଳିତ ବର୍ଷ ମଞ୍ଜି ଠିକ ଭାବରେ ଗଜା ନ ହେବାରୁ ପୁନଃ ମଞ୍ଜି ଦିଆ ଯାଇ ଛି ତାହାର ପରିମାଣ ଦଶ ହଜାର ପକେଟ୍ରୁ ଅଧିକ ଓ ଘାସ ମରା ବି ପାଞ୍ଚ ହଜାର ଲିଟରରୁ ଅଧିକ ବୋଲି ଜଣା ଯାଉଛି ଏବଂ ତା ଠାରୁ ଅଧିକ ଗଛିତ ରଖା ଯାଇଛି ବୋଲି ଜଣା ପଡ଼ିଛି ତାହା ତାଙ୍କ ଗୋଦାମରେ ଅଛି ବୋଲି ସୂଚନା ମିଳିଛି। ଏହାର ସତ୍ୟା ସତ୍ୟ ଜାଣିବାକୁ ହେଲେ ଏବଂ ପରିବେଶକୁ ରକ୍ଷା କରିବା ପାଇଁ ଏଭଳି ଅସାଧୁ ବ୍ୟବସାୟୀଙ୍କୁ ଲଗାମ ଲଗାଇ ଗଛିତ ଔଷଧକୁ ନଷ୍ଟ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି।ଅ

related posts

Leave a Comment