Home Breaking News / ତାଜା ଖବର ରାଜ୍ୟ ମହିଳା ସଭାନେତ୍ରୀଙ୍କ ନେତୃତ୍ୱରେ କୋଭିଡ କେନ୍ଦ୍ର ପରିଦର୍ଶନ

ରାଜ୍ୟ ମହିଳା ସଭାନେତ୍ରୀଙ୍କ ନେତୃତ୍ୱରେ କୋଭିଡ କେନ୍ଦ୍ର ପରିଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): କରୋନା ମହାମାରୀ ର ତୃତୀୟ ଲହର ଆସିବାର ସମ୍ଭାବନା ଦେଖି ରାୟଗଡ ସଦର ମହକୁମାର କୋଭିଡ କେୟାର ସେଣ୍ଟରରାୟଗଡ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ଙ୍କ ପରିଦର୍ଶନ। ରାଜ୍ୟ ମହିଳା ସଭାନେତ୍ରୀସ୍ମୃତି ପାଟନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ କେନ୍ଦ୍ରକୁ ପରି ଦର୍ଶନ କରି ରୋଗୀଙ୍କ ପାଇଁ କଣ ସବୁ ସୁବିଧା ଜରାଯାଇଛି ତାର ତଦାରଖ କରିଥିଲେ।ସେଠାରେ ଚିକିତ୍ସିତ ହେଉଥୁବା ରୋଗୀ ଓ ସେବକାରୀ ଡାକ୍ତର ଏବଂ ସହାୟକ ସହାଇକ ମାନଙ୍କୁ ପଚାରି ବୁଝିଥିଲେ। ବର୍ତମାନ ପ୍ରଥମ ଲହର ପରେ ଦ୍ବିତୀୟ ଲହର ର ସାମନା କରି ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେକେ ଅନେକ ଏ ଯାଏ ରୋଗ ମୁକ୍ତ ହେଇପାରି ନାହାନ୍ତି। ତେଣୁ ମହାମରିର ଭୟା ଭୟତା କୁ ଦୁଷ୍ଟିରେ ରଖି ଯାହାକି ଶିଶୁମାନଙ୍କ ପାଇଁ ଅତି ବିପଦ ସଂକେତ ରହୁଛି ତେଣୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।ସାମାଜିକ ଦୂରତା ସହ ମାସ୍କ ଲଗାଇବା ଓ ବାରମ୍ବାର ସବୁନରେ ହାତ ଧୋଇବା ପାଇଁ ଜନ ସାଧରଣଙ୍କୁ ବାର୍ତା ଦେଇଛନ୍ତି। ଶ୍ରୀମତୀ ପଟନାୟକ କହିଛନ୍ତିକି ମହିଳା ମୋର୍ଚ୍ଚା ଦେଶର ଭବିଷ୍ୟତ ଦାଇତ୍ୱ ବହନ କରିବା ଶିଶୁମାନଙ୍କୁ ଅବହେଳା କରାଗଲେ କଦାପି ବରଦାସ୍ତ କରଜୀବନି ବୋଲି ଚେତାବନୀ ଦେଇଛନ୍ତି ।ସେହିଭଳି ମେସିନାରୀ, ଷ୍ଟାଫ ମାନଙ୍କ ସଠିକ ସମୟରେ ଉଚିତ ପାଉଣା ଅର୍ଥାତ ଦରମା ପ୍ରଦାନ କରିବାକୁ ପ୍ରଶାସନକୁ ଜଣାଇବୁ ବୋଲି ସଭାନେତ୍ରୀ ଶ୍ରୀମତୀ ଉପାଧ୍ୟାୟ କହିଥିଲେ ।ଏହି ପ୍ରତିନିଧି ମଣ୍ଡଳୀରେ ରାୟଗଡ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ସାଧାରଣ ସମ୍ପାଦିକାଲଷ୍ମୀ କୁମାରୀ ସିଂ, ସମ୍ପାଦିକା ପିଙ୍କି ମହାପାତ୍ର, ଇନ୍ଦିରା ବାଉରୀ ପ୍ରମୁଖ ଯୋଗ ଦେଇଥିଲେ।

related posts

Leave a Comment