Home Breaking News / ତାଜା ଖବର ଚେକ୍ ଡ୍ୟାମ୍ ଫେଲ

ଚେକ୍ ଡ୍ୟାମ୍ ଫେଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଚେକଡ୍ୟାମ ଟିଏ ନଥିଲା ଫଳରେ ପ୍ରତିବର୍ଷ ଟିକିଏ ବର୍ଷା ହେଇଗଲେ ଶହ ଶହ ହେକ୍ଟର ଚାଷଜମିକୁ ମାଡି ଯାଉଥିଲା ପାଣି। ଦୀର୍ଘଦିନର ଦାବି ପରେ ସରକାର ଚେକଡ୍ୟାମ ଟିଏ କଲେ। ହେଲେ ଏବେ ପରିସ୍ଥିତି ମହରଗରୁ ଆସି କାନ୍ତାରରେ ପଡିବା ସଦୃଶ୍ୟ। ଚେକଡ୍ୟାମ ହେଲା ହେଲେ ସେଥିରେ କବାଟ ଲାଗିଲାନି। ଏବେ ଅସରାଏ ବର୍ଷା ହୋଇଗଲେ ଚାଷୀ ମନରେ ଛନକା ପଶୁଛି। ଆଉ ସେଇଥି ପାଇଁ ପୁନଃ ସେମାନେ ଆନ୍ଦୋଳନକୁ ଓହ୍ଲାଇଲେଣି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚାହାପଡା ଅଞ୍ଚଳରୁ ଦେଖିବା ରିପୋର୍ଟ।

ଗୋବରୀ ନଦୀ ବନ୍ଧ ରାସ୍ତାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କର ଦାବି ହେଲା 2କୋଟିରୁ ଉର୍ଦ୍ଧ ବ୍ୟୟ ବରାଦରେ ନିର୍ମାଣଧୀନ ଚେକଡ୍ୟାମ କାର୍ଯ୍ୟର ଗୁଣବତ୍ତା ନେଇ ତଦନ୍ତ ହେଉ ଏବଂ ଅତିଶୀଘ୍ର ଡ୍ୟାମରେ କବାଟ ଲଗାଯାଉ। ନହେଲେ ଉପରମୁଣ୍ଡରେ ବର୍ଷା ହେଲେ ୱଟରଲଗିଂ ପରିସ୍ଥିତି ସୃଷ୍ଟି ହୋଇ ଶହ ଶହ ଏକର ଚାଷଜମିରେ ଫସଲ ବୁଡିଯିବା ସହ ଆଖପାଖ ଅଞ୍ଚଳର 4/5ଟି ପଞ୍ଚାୟତରେ ପାଣି ପଶି ନଦୀକୂଳିଆ ଅଞ୍ଚଳରୁ କଚା ଘର ଭାଙ୍ଗିଦେବା ସହ ଶହ ଶହ ଏକର ଚାଷ ଜମି ରେ ପାଣି ପସି ଫସଲ ନଷ୍ଟ ହେବ। ତେବେ ଏନେଇ ସେମାନେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କେଇ ଡ୍ରେନେଜ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଥିଲେ ହେଁ କିଛି ସୁଫଳ ମିଳୁନି । ସେଥି ପାଇଁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି।

ଏପଟେ ଚେକଡ୍ୟାମ ଅବସ୍ଥା ଦେଖନ୍ତୁ। ଗୋବରୀ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ଡ୍ୟାମ ଫଳରେ ନଦୀର ଉପରମୁଣ୍ଡ ପାଣିକୁ ଅଟକାଇ ଆବଶ୍ୟକ ମୁତାବକ ଛଡା ଯିବା କଥା । ହେଲେ ତାହା ଏଯାବତ ନିୟନ୍ତ୍ରଣ ହେଇପାରୁନି। ପୂର୍ବରୁ ଏଠାରେ ଥିବା କ୍ଷୁଦ୍ର ଚେକଡ୍ୟାମକୁ ସମ୍ପୂର୍ଣ ଭଙ୍ଗା ଯାଇ ଏହି ବଡ ପ୍ରକଳ୍ପଟି ସମସ୍ୟାର ସମାଧାନ ପାଇଁ ନିର୍ମାଣ ହୋଇଛି। ତେବେ ଏହି ଡ୍ୟାମର ଉଭୟ ପଟ ବିଲକୁଲ ଖୋଲା ଥୁବାରୁ ପୂର୍ବ ଠାରୁ ବେଶ ଅଧିକ ପାଣି ଅନବରତ ନିଷ୍କାସନ ହେଉଛି। ଏବେ ବର୍ଷା ଦିନ । ଟିକିଏ ଅଧିକ ବର୍ଷା ହେଲେ ନିଷ୍କାସନ ନାଲି ଦ୍ବାରା ଗୋବରୀ ନଦୀକୁ ଆସୁଥିବା ପାଣି ଏହି ଠାରେ ଚେକ ନହେଲେ ବନ୍ୟା ପରିସ୍ଥିତି ଇପୁଜିବା ନିଶ୍ଚିତ। ତେବେ ଏନେଇ ଆମ୍ଭେ ସ୍ଥାନୀୟ ତହସିଲଦାରଙ୍କୁ ଭେଟିଥିଲୁ ଏହି ଘଟଣା ବିଷୟରେ ସେ ବିଭଗିୟ ଅଧିକାରୀଙ୍କୁ ଅବଗତ କରାଇଥିଲେହେଁ କ୍ୟାମେରା ସାମ୍ନାରେ କହିବା ପାଇଁ ମନା କରିଛନ୍ତି।

ବିଳମ୍ବ କଲେ ନେଢି ପାଣି କହୁଣିକୁ ବୋହିବା ସଦୃଶ ଯଦି ବିଭାଗ ଲୁହା କବାଟ ନଲଗାଇ କାଠ କବାଟ ରେ କାମ ଚଳେଇ ନିଏ, ତେବେ କୃତ୍ରିମ ବନ୍ୟା ସ୍ଥିତି ଉପୁଜିବା ସହ ଆଗାମୀ ଦିନରେ ଜଣ ଅସନ୍ତୋଷ ସହ ଚାଷୀ ଆନ୍ଦୋଳନ ତୀବ୍ର ହେବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ।

related posts

Leave a Comment