Share with
ବ୍ରହ୍ମପୁର, ଗଞ୍ଜାମ ଗସ୍ତରେ ଆସିଥିବା ମନ୍ତ୍ରୀ ବିଧାୟକଗଣ ସନ୍ଧ୍ୟାରେ ବ୍ରହ୍ମପୁର ସ୍ଥିତ ରାମଲିଙ୍ଗମ ପ୍ରମୋଦ ଉଦ୍ୟାନକୁ ଆସିଥିଲେ। ଏଠାରେ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତକୁ ବିରୋଧ କରି ବିଜେପିର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶାନ୍ତି ଶୃଙ୍ଖଳା ଦୃଷ୍ଟିକୋଣରୁ ପୁଲିସ୍ ବିକ୍ଷୋଭକାରୀଙ୍କୁ କାବୁ କରିବା ସହ ୨୦ରୁ ଊର୍ଦ୍ଧ୍ଵ ରରୟ ମହିଳା ଓ ପୁରୁଷ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଥିବା
ସୂଚନା ମିଳିଛି। ରାମଲିଙ୍ଗମ ପ୍ରମୋଦ ଉଦ୍ୟାନରେ ଆମିଷ, ପିଆଜ, ରସୁଣ ଖାଦ୍ୟ ନିଷିଦ୍ଧ ଯୁବା ବେଳେ ବିଧାୟକଗଣଙ୍କୁ କାହିଁଙ୍କ ପରସାଯାଉଛି ବୋଲି ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଅଭିଯୋଗ କରିଛନ୍ତି। ସେହିଭଳି ସାଧାରଣ ଲୋକଙ୍କୁ ବର୍ତ୍ତମାନ ଉଦ୍ୟାନ ପରିସରକୁ ନ ଯିବାକୁ ବାରଣ କାହିଁକି ରହିଛି ଓ ବିଧାୟକଗଣଙ୍କୁ କାହିଁକି ଛଡ଼ାଯାଉଛି ବୋଲି ବିଜେପି ପ୍ରଶ୍ନ କରିବା ସହ ବିରୋଧ ପ୍ରଦର୍ଶନ କରିଛି ।