Home Breaking News / ତାଜା ଖବର ଦୁର୍ଗମ ଅଞ୍ଚଳରେ ମହିଳା ବିଡ଼ିଓଙ୍କ କାର୍ଯ୍ୟ ତଦାରଖ

ଦୁର୍ଗମ ଅଞ୍ଚଳରେ ମହିଳା ବିଡ଼ିଓଙ୍କ କାର୍ଯ୍ୟ ତଦାରଖ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ପହିଞ୍ଚଥିଲେ ରାଇକିଆ ବ୍ଲକ୍ ର ମହିଳା ବିଡ଼ିଓ ସ୍ମରଣିକା ଟୁଲୋ। ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବା ଜଣାପଡିଛି। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ବଣପାହାଡ ଘେରା ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳ କରଡା, ଇନ୍ଦ୍ରଗଡ ଏବଂ ରଣବା ଗ୍ରାମ ପଞ୍ଚାୟତରେ ବ୍ଲକ୍ ପ୍ରଶାସନ ସହ ତାଙ୍କ ଟିମ୍ ପହିଞ୍ଚ କାର୍ଯ୍ୟ ତଦାରଖ କରିଥିଲେ। ଦୁର୍ଗମ ଅଞ୍ଚଳରେ ମହିଳା ବିଡ଼ିଓଙ୍କୁ ପାଇ ଗ୍ରାମବାସୀ ଖୁସି ଅନୁଭଵ କରିଥିଲେ ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ। ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଏବଂ ଜନହିତକର ଯୋଜନାରେ ମନରେଗା କାର୍ଯ୍ୟକାରୀ ଚାଲୁଥିବାକୁ ତଦାରଖ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ସହ ବ୍ଲକ୍ ଏପିଓ କେଦାର ପଣ୍ଡା, ବିଭାଗୀୟ ଅଧିକାରୀ,ରଣବା ସରପଞ୍ଚ ଭିକାରୀ ମଲ୍ଲିକ, କାର୍ଯ୍ୟ ନିର୍ବାହ ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଏବଂ ବିଭିନ୍ନ କାର୍ଯ୍ୟକୁ ନେଇ ଆଲୋଚନା କରାଯାଇଥିଲା। ଏଠାରେ ସୂଚନା ଥାଉକି ପୁର୍ବତନ ବିଡ଼ିଓ ପ୍ରବିଣ କୁମାର ବାଣୁଆଙ୍କ ବଦଳି ହୋଇଥିବା ପରେ ସେ ଅଞ୍ଚଳରେ କାର୍ଯ୍ୟ ସବୁ ମନ୍ଥର ହୋଇଥିଲା। ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସ୍ମରଣୀକା ଟୁଲୋ ଦାୟିତ୍ବ ଗ୍ରହଣ କରିବା ପରେ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।

related posts

Leave a Comment