Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲା ଜଜ୍ ଙ୍କ ରାଇକିଆ ଗସ୍ତ

କନ୍ଧମାଳ ଜିଲ୍ଲା ଜଜ୍ ଙ୍କ ରାଇକିଆ ଗସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: କନ୍ଧମାଳ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ବୁଧବାର ରାଇକିଆ ଗସ୍ତ କରିଛନ୍ତି। ରାଇକିଆରେ ନୁତନ ଭାବେ ଜେଏମଏଫସି ଏବଂ ସିଭିଲ ଜଜ୍ (ଜେ.ଡି) କୋର୍ଟ ଗୃହ ଏବଂ ବିଚାରପତି ଙ୍କ ଆବାସ ନିମନ୍ତେ ଚୟନ ସରକାରୀ ଗୃହ ପରିଦର୍ଶନ କରିଥିଲେ। ଏଠାରେ ସୂଚନା ଥାଉକି ଅଞ୍ଚଳ ବାସିଙ୍କ ସ୍ଵାଥକୁ ଦୃଷ୍ଟିରେ ରଖି ଏହି କୋର୍ଟ ସ୍ଥାପନ ପାଇଁ ବାରମ୍ବାର ରାଇକିଆ ନାଗରିକ ମଞ୍ଚ ଏବଂ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ହେଲା ସରକାରଙ୍କ ପାଖରେ ଦାବି ହୋଇଆସୁଥିଲା। ଏବଂ ଏହା ପରେ ସ୍ଥାୟୀ କୋର୍ଟ କାର୍ଯ୍ୟାଳୟ ଗୃହ ପାଇଁ ରାଇକିଆ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ ନିକଟରେ ଜାଗା ଚିହ୍ନଟ ହୋଇଛି। ଏଥି ପୁର୍ବରୁ ଅସ୍ଥାୟୀ କୋର୍ଟ କାର୍ଯ୍ୟ ଆରମ୍ଭ କରିବାପାଇଁ ରାଇକିଆ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ କୋର୍ଟ ଭାବେ ଚୟନ କରାଯାଇଛି।ଏହାକୁ ଅତି ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ଆନୁସାଙ୍ଗିକ ବ୍ୟବସ୍ଥାକୁ ପୁରଣ କରିବା ନିମନ୍ତେ ଚାଲୁ ରହିଥିବା କାର୍ଯ୍ୟକ୍ରମକୁ ତ୍ବରାନିତ କରିବା ପାଇଁ ଜଜ୍ ପରାମର୍ଶ ଦେଇଥିଲେ। ଏହି କୋର୍ଟ ସ୍ଥାପନ ହେଲେ ରାଇକିଆ ବ୍ଲକ୍, ତହସିଲ ଏବଂ ଥାନା ପରିସର ଭୁକ୍ତ ଥିବା ସମସ୍ତ ଅଞ୍ଚଳବାସୀ ଉପକୃତ ହେବେ।ଏହା ଦ୍ବାରା ଗରିବ ,ନିରିହ,ପିଡିତ ଏବଂ ଦୁର୍ଗମ ଅଞ୍ଚଳବାସି ମଧ୍ୟ ଉପକୃତ ହେବେ। ଏହି କୋର୍ଟ କାର୍ଯ୍ୟକାରି ହେଉଥିବା ହେତୁ ରାଇକିଆ ନାଗରିକ ମଞ୍ଚର ସଭାପତି ସୁଶାନ୍ତ କୁମାର ଜେନା, ଉପସଭାପତି ରଜତ କୁମାର ନାୟକ,କୋଷାଧ୍ୟକ୍ଷ ସିମାଞ୍ଚଳ ଦିଗାଳ, ଆଇନଜିବି ରାଜେନ୍ଦ୍ର ପାଳ, ସମିତି ସଭ୍ୟା ଗୀତାଞ୍ଜଳି ରମେଶ ଚନ୍ଦ୍ର ବିଶ୍ବାଳ,ନଳିନୀ କାନ୍ତ ନାୟକଙ୍କ ସହ ମଞ୍ଚର ସକ୍ରିୟ ସଦସ୍ୟ ଓ ଅଞ୍ଚଳବାସି ରାଜ୍ୟ ସରକାର, ମାନ୍ୟବର ହାଇକୋର୍ଟ ଏବଂ ଜିଲ୍ଲା ଓ ବ୍ଲକ୍ ପ୍ରଶାସନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

related posts

Leave a Comment