ଫୁଲବାଣୀ(ସୁନୀଲ ପଟନାୟକ): ଚଳିତ ମାସ ୧୨ ତାରିଖ ଠାରୁ ୨୬ତାରିଖ ଯାଏ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ଦୀର୍ଘ ୧୫ ଦିନ ଧରି ବିଦ୍ୟୁତ ନରହିବା, ବିଏସଏନଏଲ ନେଟୱର୍କ ସେବା ନଥିବା ଓ ଷ୍ଟେଟବ୍ୟାଙ୍କ(ବ୍ରାହ୍ମଣୀଗାଁ)ର ୨ଦିନ ଧରି ଲିଙ୍କ ଫେଲ ରହିବା କାରଣ ସହିତ ଉପଭୋକ୍ତା ମାନେ ବିଭିନ୍ନ ସମୟରେ ବ୍ୟାଙ୍କର ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହୋଇ ଛନ୍ତି, ଫଳରେ ଉତ୍ୟକ୍ତ ଲୋକେ
ଗୁରୁବାର ବାଧ୍ୟହୋଇ ବ୍ରାହ୍ମଣୀଗାଁ ଷ୍ଟେଟବ୍ୟାଙ୍କକୁ ତାଲା ପକାଇବା ସହିତ ବିକ୍ଷୋଭ ପଦର୍ଶନ କରିଥିବା ଦେଖିବାକୁ ମିଳିଛି। ଖବର ନେବାରୁ ଜଣା ପଡିଛିଯେ, ଉପଭୋକ୍ତା ମାନଙ୍କୁ ପ୍ରତିଦିନ ବ୍ୟାଙ୍କ ସେବା ପାଇବା ପାଇଁ ସକାଳୁ ୫ଟା ରୁ ବ୍ୟାଙ୍କ ଖୋଲିବା ସମୟ୧୦ ଘଣ୍ଟା ଯାଏ ଲାଇନରେ ଠିଆ ହୋଇ ଟୋକେନ ସଂଗ୍ରହ କରିବା କୁ ପଡୁଛି l
ସେହିପରି ବ୍ୟାଙ୍କ ପକ୍ଷରୁ ପ୍ରତି ଦିନମାତ୍ର ୪୦ ଜଣଙ୍କୁ ହିଁ ଟୋକେନ ପ୍ରଦାନ କରାଯାଉ ଥିବା ବେଳେ ଟୋକେନ ପାଇଥିବା ଉପଭୋକ୍ତା ମାନେ ମଧ୍ୟ ବହୁ ସମୟରେ ଲିଙ୍କ ଫେଲ କାରଣରୁ ସଂଧ୍ୟା ୫ଘଣ୍ଟା ଯାଏ ଅପେକ୍ଷାକରି ନିରାଶ ହୋଇ ଘରକୁ ଫେରୁ ଛନ୍ତି।
ବ୍ୟାଙ୍କ ଉପଭୋକ୍ତା ମାନଙ୍କ ପାସ ବୁକ ଖାତା ପ୍ରିଣ୍ଟ କରାଯିବା ସୁବିଧାମଧ୍ୟ ନାହିଁ l ସେହିପରି ଆଧାର ଲିଂକେଜ, ଏସଏମଏସ ଆଲର୍ଟ, କେୱାଇସି ଅପଟୁଡେଟ କାମ ସବୁ ଦୀର୍ଘ ଦିନ ଧରି ପକେଇ ରଖିବା ଫଳରେ ସାଧାରଣ ବ୍ୟାଙ୍କ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଆଞ୍ଚଳର ବ୍ୟାଙ୍କ ଉପଭୋକ୍ତା ମାନେ ବ୍ୟାଙ୍କ ତାଲା ପକାଇବାକୁ ବାଧ୍ୟ ହୋଇଥିବା ଖବର ମିଳିଛି l ଅତିଶୀଘ୍ର ଲାଗିରହିଥିବା ଏହିସମସ୍ୟା ର ସମାଧାନ କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି
ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଦୁଇଦିନ ଧରି ଲିଙ୍କ ଫେଲ, ବ୍ୟାଙ୍କ ସେବାରୁ ବଞ୍ଚିତ ଉପଭୋକ୍ତା
Share with
previous post