Home Breaking News / ତାଜା ଖବର ଗୀତା ଶର୍ମା ରିଷ୍କାର୍ ପ୍ରଡ଼କ୍ସନ ତରଫରୁ ଆୟୋଜିତ ଡ଼ିଜାଇନର ଡ୍ରେସ୍ ସୁଟ୍ କାର୍ଯ୍ୟକ୍ରମ

ଗୀତା ଶର୍ମା ରିଷ୍କାର୍ ପ୍ରଡ଼କ୍ସନ ତରଫରୁ ଆୟୋଜିତ ଡ଼ିଜାଇନର ଡ୍ରେସ୍ ସୁଟ୍ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ହରିଡାଖଣ୍ଡି ଶାନ୍ତି ନଗର ଚତୁର୍ଥ ଲାଇନ ନିବାସୀ ଆଭା ପାଣିଗ୍ରାହୀ ନୂଆଦିଲ୍ଲୀର ସଙ୍କେତ୍ ସ୍ଥିତ ଷ୍ଟୁଡ଼ିଓରେ ଗୀତା ଶର୍ମା ରିଷ୍କାର୍ ପ୍ରଡ଼କ୍ସନ ତରଫରୁ ଆୟୋଜିତ ଡ଼ିଜାଇନର ଡ୍ରେସ୍ ସୁଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶଂସିତ ହୋଇଛନ୍ତି । ଆଭା ୨୦୨୦ ମସିହାରେ ନୂଆଦିଲ୍ଲୀ । ଠାରେ ଆୟୋଜିତ ମିସେସ୍ ଇଣ୍ଡିଆ
ଚ୍ୟାଭେସ୍ ମେଟିକ୍ ଟାଇଟଲ ହାସଲ କରିଥିଲେ । ବର୍ତ୍ତମାନ ସେ ଏହି ସ୍କୁଟ୍‌ରେ ଯୋଗଦେଇ ୨ ଟି ପୁରସ୍କାର ହାସଲ କରିଛନ୍ତି । ଏହି ଫଟୋ ସୁଟ୍‌ରେ ଅଂଶଗ୍ରହଣ କରିବା ଏବଂ ପୂର୍ବରୁ ସୁନ୍ଦରୀ ଭାବେ ପୁରସ୍କୃତ ହୋଇଥିଲା ଯୋଗୁଁ ତାଙ୍କୁ ଏପରି ନୂଆଦିଲ୍ଲୀ ଠାରେ ପୁରସ୍କୃତ କରାଯାଇଥିଲା । ଭାରତର ବିଭିନ୍ନ ରାଜ୍ୟରୁ ବହୁ ସୁନ୍ଦରୀ ଏଥିରେ ଯୋଗଦେଇଥିବା ବେଳେ ସେ
ଓଡ଼ିଶାର ବ୍ରହ୍ମପୁରରୁ ଏକମାତ୍ର ମହିଳା ଭାବେ ଯୋଗ ଦେଇଥିଲେ । ଭବିଷ୍ୟତରେ ସେ ଜଣେ ଭଲ ମଡ଼େଇ ହେବା ପାଇଁ ଆଶା ରଖୁଛନ୍ତି । ସୂଚନାଯୋଗ୍ୟ ଆଭାଙ୍କ ସ୍ଵାମୀ ଗଳପତି ଚାନ୍ଦିପୁଟ ଠାରେ ଥିବା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରହିଛନ୍ତି । ଆଭାଙ୍କ ଏପରି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

related posts

Leave a Comment