Home Breaking News / ତାଜା ଖବର ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ

ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ଆଜି ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଓ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ କୁ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼. ଅଜୟ କୁମାର ତ୍ରୀପାଠୀ ପରିଦର୍ଶନ କରି ଏକ ସଚେତନତା ସଭ‌ାରେ ଯୋଗଦାନ କରିଥିଲେ ା ବିନିକା ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଧିରେନ୍ଦ୍ର ନାୟକଙ୍କଅଧୃକ୍ଷତାରେ ଅନୁଷ୍ଟିତ ସଚେତନା ସଭାରେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼. ତ୍ରୀପାଠୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଭୟ ସିଦ୍ଧାର୍ଥ ମହାବିଦ୍ୟାଳୟ କ‌ାର୍ଯ୍ୟ କଲାପ ଉପରେ ଖୁସି ଅନୁଭକ କରି ଥିଲେ ା ଯୁବ ରେଡ଼କ୍ରସ କାଉସିଲର ଓ ସ୍ବେଚ୍ଚା ସେବି ମାନଙ୍କୁ ସବୁ ବେଲେ ଜନସାଧାରଣ ସେବାରେ ମନଦେଇ ତାର ଲାଭ କ୍ଷତି ବିଚାର ନକରି କାର୍ଯ୍ୟ କରିବାକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ ା ଯହାଫଲରେ ରେଡ଼କ୍ରସ ଅଧିକାରୀ ଡ଼. ତ୍ରୀପାଠୀ ବକ୍ତବ୍ୟ ହୃଦୟ ସ୍ବର୍ଶି ହୋଇଥିବାରୁ ସମ୍ମୁଖରେ ଥିବା କାଉନସିଲର ଓ ସ୍ବେଚ୍ଚା ସେବି ମାନଙ୍କର ଆଖିରୁ ଆଶୃ ନିର୍ଗତ ହେବା ଦେଖିବାକୁ ମିଲିଥିଲା ା ଏଥିରେ ଓଡ଼ିଶା ରାଜ୍ୟଶାଖା ଜୁନିୟର ରେଡ଼କ୍ରସ ଅଫିସର ଲକ୍ଷ୍ମଣ ସ୍ବାଇଁ ,ସିଦ୍ଧାର୍ଥ ମହାବିଦ୍ୟାଳୟ ଅଧ୍ୟକ୍ଷା ରେଖା ପଧାନ, ଜିଲ୍ଲା ରେଡ଼କ୍ରସ କାଉନସିଲର ଉମାକାନ୍ତ ନାଗ, ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଗୋପାଲ କୃର୍ଷ୍ଣ ଦାଶ ସମେତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ରେଡ଼କ୍ରସ ର ଉପକାରିତା ଉପରେ ବକ୍ବ୍ବ୍ୟ ରଖିଥିଲେ ା ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ କାଉସିଲର ବିଶ୍ବନାଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ା ସଭାରେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼. ତ୍ରୀପାଠୀ ଓ ଯୁବରେଡ଼କ୍ରସ ଅଫିସର ଶ୍ରୀସ୍ବାଇଁ ଙ୍କ ଉଭୟ ମହାବିଦ୍ୟାଳୟ ପକ୍ଷରୁ ମାନପତ୍ର ,ଓପଢ଼ୋକନ, ଦେଇ ସମ୍ମାନିତ କରିଥିଲେ ା ଶେଷରେ ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ା ଏଥିରେ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ କାଉସିଲର ପ୍ରିତି ରଞ୍ଜନ ସାହୁ, ନିରଞ୍ଜନ ପାଣ୍ଡିଆ , ସପ୍ତ ସାଗର ପଧାନ , ଧନେଶ୍ବର ସାହୁ , ଡ଼ିଗ୍ରୀ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ମହିଲା କାଉସିଲର ବିଘ୍ନେଶ୍ବରୀ ପୁଜାରୀ , ଭଗବାନ ସାହୁ , ମାନସ ରଞ୍ଜନ ମିଶ୍ର ସମେତ ଉଭୟ ମହାବିଦ୍ୟାଳୟ କର୍ମଚାରୀ ଓ ସ୍ବେଚ୍ଛା ସେବି ମାନେ ଉପସ୍ଥିତ ଥିଲେ ା

related posts

Leave a Comment