Share with
ଫୁଲବାଣୀ(ସୁନୀଲ ପଟନାୟକ): ଗୁରୁବାର ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ପେଶାଲ୍ କୋର୍ଟର ବିଚାରପତି ଅତିରିକ୍ତ
ଦୈ।ରା ଜଜ୍ ଭାସ୍କର ଚନ୍ଦ୍ର ସାହୁ ଏକ ଦୁଷ୍କର୍ମ ମାମଲା ର ବିଚାର କରି ଅଭିଯୁକ୍ତ ବିରାଟ ସିଂ ମଲ୍ଲିକ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜ଼ାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l
ଉକ୍ତ ଜୋରିମାନା ଟଙ୍କା ଆଦାୟ ହେଲେ ପିଡିତା ଙ୍କୁ ଦିଆଯିବା ପାଇଁ ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି।
ପ୍ରକାଶ ଥାଉ କି ଅଭିଯୁକ୍ତ ଜମିରେ ମୂଲ ଲାଗିବା ପାଇଁ ନାବାଳିକା (୧୬ ବର୍ଷ )ଙ୍କୁ ନିଜ ଜମିକୁ ଡ଼ାକିନେଇ ସେଠାରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।
ଏ ସମ୍ପର୍କରେ ପିଡିତାଙ୍କ ଦାଦା ଥାନାରେ ଏତଲା ଦେଇଥିଲେ।
ଵାଲି ଗୁଡା ପୋଲିସ ଏ ନେଇ 170/14ରେ ମାମଲା ରୁଜ୍ଜୁ କରିଥିଲାl
ସ୍ୱତନ୍ତ୍ର ସରକାରୀ ଓକିଲ ଅସୀମ ପ୍ରହରାଜ ଏହି ମାମଲା ପରିଚାଳନା କରୁଥିଲେ